ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେରଳ ଫେରି ବିମାନବନ୍ଦର ଉପରେ ୨ ଘଣ୍ଟା ଚକ୍କର ମାରିଲା ଓମାନ ଏୟାର୍‌ ବିମାନ

Advertisment
ନଭେମ୍ବର ୬ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା

Image Courtesy of Times Now

କୋଝିକ‌ୋଡ୍‌: ଆଜି କେରଳର କୋଝିକୋଡ୍‌ରୁ ମସ୍‌କାଟ୍‌ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କେଇ ମୁହୂର୍ତ୍ତ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଓମାନ୍‌ ଏୟାର୍‌ର ଗୋଟାଏ ବିମାନ କୋଝିକୋଡ୍‌ସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରି ଆସିଥିଲା ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କହିଛନ୍ତି।

କାଲିକଟ୍‌ ଏୟାର୍‌ପୋର୍ଟର ଜଣେ କର୍ମଚାରୀ କହିଛନ୍ତି, ୧୬୯ଜଣ ଯାତ୍ରୀ ନେଇ ସକାଳ ୯.୧୫ରେ କାରିପୁର ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ‘ଡବ୍ଲୁୱାଇ୨୮୯’ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଳ୍ପ ସମୟ ପରେ ଫେରିଆସି ନିରାପଦରେ ଅବତରଣ କରିଛି।

ଗଣମାଧ୍ୟମକୁ ସେ କହିଛନ୍ତି, ଅବତରଣ ସ୍ବାଭାବିକ ଥିଲା। ବିମାନ ନିରାପଦରେ ଅବତରଣ କରିଛି। କିନ୍ତୁ, ଅବତରଣ କରିବା ପୂର୍ବରୁ ଟିକେ ହାଲୁକା ହେବା ପାଇଁ ବିମାନଟି ୨ଘଣ୍ଟାରୁ ଅଧିକ ସମୟ ବିମାନ ବନ୍ଦର ଚାରିପଟ ଆକାଶରେ ଘୂରି ବୁଲିଥିଲା।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୨ ତାରିଖରେ ‘ଫ୍ଲାଏ ବାଏ ୱାୟାର୍‌ ପ୍ରିମିୟର୍‌ ୧ଏ’ର ଗୋଟାଏ ବିମାନ ମଧ୍ୟ ବାଙ୍ଗାଲୋର୍‌ସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ୍‌ ଲିମିଟେଡ୍‌ (ହାଲ୍‌) ବିମାନ ବନ୍ଦରରେ ଅବତରଣ କରିଥିଲା। ସେ ବିମାନର ଆଗ ଚକରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe