omcltd.in
ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବର୍ଗଙ୍କୁ ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ଓଏମ୍ସି ତରଫରୁ ଏହି ଆର୍ଥିକ ସହାୟତା ଦିଆଯାଇଛି। ଗତ ଫେବ୍ରୁଆରି ମାସରେ କମ୍ପାନି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୦ କୋଟି ଟଙ୍କାର ସହାୟତା ଦିଆଯାଇଥିଲା। ଏହା ବ୍ୟତୀତ ଓଏମ୍ସି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୨୫୦ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛି। ସେହିପରି, ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ-୧୯ର ମୁକାବିଲା କରିବାରେ ଏହି ଅର୍ଥ ବ୍ୟବହାର କରାଯିବ। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକମାନଙ୍କୁ ଘରେ ରହିବା ଏବଂ ସୁରକ୍ଷିତ ରହିବା ଲାଗି ଆହ୍ବାନ ଦେଇଛନ୍ତି।
Follow Us