Advertisment

ଓଏମ୍‌ସି ଏମ୍‌ଡିଙ୍କ କ୍ରୋମ୍ ଖଣି ପରିଦର୍ଶନ

Advertisment

ଓଡ଼ିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଯାଜପୁର ଜିଲ୍ଲା ସ୍ଥିତ ସୁକିନ୍ଦା ଅଞ୍ଚଳରେ ଥିବା କମ୍ପ‌ାନିର କ୍ରୋମ୍ ଖଣି ଅଞ୍ଚଳ ପରିଦର୍ଶନ କରିବା ସହିତ ଖଣି କ୍ଷେତ୍ରର ସମୀକ୍ଷା କରିଛନ୍ତି ତାଙ୍କ ସହ କମ୍ପାନିର ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି....

ssfhfxvxvvb

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଯାଜପୁର ଜିଲ୍ଲା ସ୍ଥିତ ସୁକିନ୍ଦା ଅଞ୍ଚଳରେ ଥିବା କମ୍ପ‌ାନିର କ୍ରୋମ୍ ଖଣି ଅଞ୍ଚଳ ପରିଦର୍ଶନ କରିବା ସହିତ ଖଣି କ୍ଷେତ୍ରର ସମୀକ୍ଷା କରିଛନ୍ତି ତାଙ୍କ ସହ କମ୍ପାନିର ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଳ ଏବଂ ନିର୍ଦ୍ଦେଶକ (ଅର୍ଥ)  ବନ ବିହାରୀ ପାଣିଙ୍କ ଥିଲେ। ଶ୍ରୀ ସାମଲ ସାଉଥ୍ କାଳିଆପାଣି ଖଣିର ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ (ଇଟିପି), କ୍ୱାରି ଡି ଏବଂ କ୍ୱାରି ଏଫ୍, ଷ୍ଟକ୍‌ୟାର୍ଡ, କ୍ରୋମ୍ ଓର୍ ବେନିଫିସିଏସନ୍ ପ୍ଲାଣ୍ଟ୍‌ (ସିଓବିପି),ଏବଂ କାରଖାନାର ବର୍ଜ୍ୟବସ୍ତୁ ସଂଗ୍ରହକ ଭାବେ ବ୍ୟବହୃତ ଟିଲିଙ୍ଗ୍ ପୋଖରୀ, ସୁକରଙ୍ଗି ଖଣି ଅଞ୍ଚଳ ଏବଂ କାଳିଆପାଣି ଖଣି ପରିଦର୍ଶନ କରିଥିଲେ। ବିକ୍ରି, ଗୁଣାବତ୍ତା ଓ ଉତ୍ପାଦନ ବଢ଼ାଇବା ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ବୈଧାନିକ ଅନୁପାଳନ ଏବଂ ଆଇନଗତ କାର୍ଯ୍ୟକୁ ଗୁରୁତର ସହ ପାଳନ କରିବାକୁ କହିଥିଲେ। ସେ କମ୍ପାନିର ଫେରୋ-କ୍ରୋମ୍ ପ୍ଲାଣ୍ଟର କାର୍ଯ୍ୟ ସମୀକ୍ଷା କରିଥିଲେ। ସୌରଶକ୍ତିର ବହୁଳ ବ୍ୟବହାର ଏବଂ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe