୧୩ ତାରିଖରେ ଦେଶର ୫୪ ହଜାର ପେଟ୍ରୋଲ୍‌ ପମ୍ପ ବନ୍ଦ ରହିବ

Advertisment
୧୩ ତାରିଖରେ ଦେଶର ୫୪ ହଜାର ପେଟ୍ରୋଲ୍‌ ପମ୍ପ ବନ୍ଦ ରହିବ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁସହ ଅନ୍ୟାନ୍ୟ ୧୧ ଦଫା ଦାବି ନେଇ ଡିଲର ସଂଘର ଦାବି ନ ମାନିଲେ ୨୭ ତାରିଖରୁ ଅର୍ନିଦ୍ଦିଷ୍ଟ କାଳ ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି। ତେବେ ଆଗାମୀ ୧୩ ତାରିଖରେ ଦେଶର ୫୪ ହଜାର ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସୂଚନା ରହିଛି। ତୈଳ କମ୍ପାନି ବଢାଇଥିବା ଡିଲର ମାର୍ଜିନରେ ବୃଦ୍ଧି କରିବାକୁ ଦାବି କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର ସଂଘ।ଏପରିକି ନଭେମ୍ବର ୪ ତାରିଖରେ ହୋଇଥିବା ଚୁକ୍ତି ଆଧାରରେ ଡିଲର କମିଶନ ପ୍ରଦାନ ପାଇଁ ଦାବି ରଖିଛନ୍ତି। ଏଥିସହ ମାର୍କେଟ ଡିସିପ୍ଲିନାରି ପଲିସିରେ ଜରିମାନା ପାଇଁ ଯେଉଁ କଠୋର ପ୍ରାବଧାନ ରହିଛି ତାକୁ କୋହଳ କରିବା ପାଇଁ ସଂଘ ଦାବି କରିଛି। ଡିପୋରୁ ଆସୁଥିବା ତେଲରେ ବ୍ୟାପକ ବାଟମାରଣା ହେଉଥିବାରୁ ଏହି ଦିଗ ପ୍ରତି ତୈଳ କମ୍ପାନିଗୁଡିକ ଧ୍ୟାନ ଦେବାକୁ କୁହାଯାଇଛି। ଏସବୁ ଦାବି ନେଇ ତୈଳ କମ୍ପାନି ଆଲୋଚନା ଟେବୁଲକୁ ନ ଆସିଲେ ଦେଶର ତିନିଟି ଜାତୀୟସ୍ତରର ଡିଲର ସଂଘ ସହ ସମସ୍ତ ରାଜ୍ୟର ପେଟ୍ରୋଲ ପମ୍ପ ଡିଲର ସଂଘ ଧର୍ମଘଟକୁ ଓହ୍ଲାଇବେ ବୋଲି ନିଷ୍ପତି ହୋଇଛି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୪ରେ ପେଟ୍ରୋଲ ଦର ଲିଟର ପ୍ରତି ୨.୫୦ ଟଙ୍କା କମିଥିବା ବେଳେ, ଡିଜେଲ ଲିଟର ପ୍ରତି ୨.୨୫ ଟଙ୍କା ଶସ୍ତା ହୋଇଛି। ପେଟ୍ରୋଲ ଓ ଡିଜେଲ ଉପରୁ ମଙ୍ଗଳବାର ଲିଟର ପ୍ରତି ୨ଟଙ୍କା ବେସିକ୍‌ ଉତ୍ପାଦନ ଶୁଲ୍କ କମିଛି। ଉତ୍ପାଦନ ଶୁକ୍ଲ ହ୍ରାସର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ପୂର୍ବ ତୁଳନାରେ ଶସ୍ତା ହୋଇଛି। ଗତ ଜୁନ ୧୬ରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ପରିବର୍ତ୍ତନ ହେଉଛି।

କିଛି ଦିନ ହେଲାଣି ପ୍ରତ୍ୟେକ ଦିନ ତୈଳ ଦର ବଢିବାରେ ଲାଗିଛି। ଫଳରେ ବଢୁଥିବା ତେଲ ଦରକୁ ନେଇ ବିଭିନ୍ନ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଗତ ୩ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ମୂଳ ଅବକାରୀ ଟିକସରୁ ୨ ଟଙ୍କା କମାଇଛନ୍ତି। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ଏହି ନିଷ୍ପତି ନିଆଯାଇଛି ବୋଲି କହିଛି ଅର୍ଥ ମନ୍ତ୍ରାଳୟ।

ଏବେ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ପ୍ରାୟ ୭୦ ଟଙ୍କା ଏବଂ ଡିଜେଲ ଦର ପ୍ରାୟ ୬୦ଟଙ୍କା ଟପିଛି। ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତି ପରେ ଦେଶକୁ ବାର୍ଷିକ ୨୬ ହଜାର କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଅର୍ଥମନ୍ତ୍ରାଳୟ କହିଛି। କେନ୍ଦ୍ରରେ ଏନଡିଏ ସରକାର ଆସିବା ପରଠାରୁ ଏଯାଏଁ ଡିଜେଲ ଉପରେ ଅବକାରୀ ଶୁଳ୍କ ୩୮୦ ପ୍ରତିଶତ ଟପିଲାଣି ବୋଲି ସୂଚନା ମିଳିଛି। ସେହିପରି ପେଟ୍ରୋଲ ଉପରେ ଏହା ୧୨୦ ପ୍ରତିଶତ ଟପିସାରିଛି। ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏହି ଟିକସରେ କିଛି କାଟ୍‌ କରିଛନ୍ତି।

ଗୋଟିଏ ଲିଟର ପେଟ୍ରୋଲ ବା ଡିଜେଲ କିଣୁଥିଲେ, ଆପଣ କେତେ ଟଙ୍କା ଟିକସ ଆକାରରେ ଦେଉଛନ୍ତି ତାର ଏକ ହିସାବ ଜାଣିରଖନ୍ତୁ। ଯଦି ପେଟ୍ରୋଲ ଲିଟର ପିଛା ଦର ୭୦ ଟଙ୍କା ହୁଏ ତେବେ ରାଜ୍ୟ ଓ କେନ୍ଦ୍ରକୁ ଆପଣ ଦେଉଛନ୍ତି ପ୍ରାୟ ୩୯ ଟଙ୍କା ଟିକସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe