ଅଗଷ୍ଟ ୧୫ରେ ଗୁରୁତ୍ବପୂର୍ଣ୍ଣ ଔଷଧ ଦାମ୍ କମିବ

Advertisment
୪୧ଟି ଔଷଧର ମୂଲ୍ୟ କମାଇଲେ ସରକାର

Image Courtesy of India Today

ନୂଆଦିଲ୍ଲୀ: କ୍ୟାନସର, ଡାଇବେଟିସ୍ ଓ ଦୃହରୋଗ ରୋଗୀମାନେ ବ୍ୟବହାର କରୁଥିବା ଔଷଧ ଦାମ୍‌ରେ ଉଲ୍ଲେଖନୀୟ ହ୍ରାସ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୫ରେ ଏକ ବଡ଼ ନିଷ୍ପତ୍ତି ଘୋଷଣା କରାଯିବ। ଏନେଇ ପ୍ରସ୍ତାବ ପ୍ରସ୍ତୁତ ହୋଇଯାଇଥିବା ବେଳେ ତାହା ଚୂଡ଼ାନ୍ତ ମଞ୍ଜୁରି ମିଳିବା ଅପେକ୍ଷାରେ ରହିଛି। ଗୁରୁତ୍ବପୂର୍ଣ୍ଣ ଔଷଧର ଦାମ୍‌କୁ ନେଇ ସରକାର ଚିନ୍ତିତ ଥିବା ବେଳେ ତାହାକୁ କମାଇବା ବିଷୟରେ ବିଚାର କରୁଛନ୍ତି। ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ ମଞ୍ଜୁର ହେଲେ ଔଷଧଗୁଡ଼ିକର ଦାମ୍‌ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ। ଏବେ ରୋଗୀମାନେ ବ୍ୟାପକ ଭାବେ ବ୍ୟବହାର କରୁଥିବା ଔଷଧଗୁଡ଼ିକ ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ସାମିଲ କରାଯିବ। ରୋଗୀମାନେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା‌ ଔଷଧର ଟ୍ରେଡ୍‌ ମାର୍ଜିନ୍ ହ୍ରାସ କରିବା ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ଗତ ଜୁଲାଇ ୨୬ରେ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ପ୍ରସ୍ତାବ ବିଷୟରେ ଔଷଧ କଂପାନିର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କିଛି ଔଷଧର ଟ୍ରେଡ୍ ମାର୍ଜିନ୍ ୧୦୦୦%ରୁ ଅଧିକ ଥିବା ଜଣାପଡ଼ିଛି। ବର୍ତ୍ତମାନ ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ୩୩୫ରୁ ଅଧିକ ଔଷଧର ନାମ ରହିଛି। ଏହି ଔଷଧଗୁଡ଼ିକ ପାଇଁ ପାଇକାରୀ ଟ୍ରେଡ୍ ମାର୍ଜିନ୍ ୮% ଓ ରିଟେଲର୍‌ଙ୍କ ପାଇଁ ୧୬% ଧାର୍ଯ୍ୟ କରାଯାଇଛି। ଏବେବି ୬୦% ରୋଗୀ ଔଷଧ ପାଇଁ ଅଧିକ ଟଙ୍କା ଗଣୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe