ଅନଲାଇନରେ ଜାଣନ୍ତୁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବର ସଂଯୋଗ ସ୍ଥିତି

Advertisment
ଅନଲାଇନରେ  ଜାଣନ୍ତୁ  ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବର ସଂଯୋଗ  ସ୍ଥିତି

ନୂଆଦିଲ୍ଲୀ,: ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ମୋବାଇଲ ଫୋନ୍‌ ଏବଂ ବିଭିନ୍ନ ଜନମଙ୍ଗଳ ସେବା ପାଇଁ ଆଧାର ନମ୍ବରକୁ ଆସନ୍ତା ମାର୍ଚ ୩୧ ସୁଦ୍ଧା ଯୋଡ଼ିବା ଲାଗି ସରକାର ସମୟ ଦେଇଛନ୍ତି। ଯଦିଓ ନୂଆ ବ୍ୟାଙ୍କ ଆକାଉଣ୍ଟ ବିନା ଆଧାରରେ ଖୋଲାଯାଇ ପାରିବ ତଥାପି ସଂପୃକ୍ତ ବ୍ୟକ୍ତି ଆଧାର ନମ୍ବର ପାଇଁ ଆବେଦନ କରିଛନ୍ତି ବୋଲି ପ୍ରମାଣପତ୍ର ଦେବାକୁ ପଡ଼ିବ। ଅଧିକାଂଶ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଆକାଉଣ୍ଟକୁ ଆଧାର ନମ୍ବର ସହିତ ସଂଯୋଗ କରିବା ଲାଗି ବାରମ୍ବାର କହୁଛନ୍ତି। ଆପଣ ଯଦି ବି ଆଧାର ସମ୍ପର୍କିତ କାଗଜପତ୍ର ବ୍ୟାଙ୍କ ଶାଖାରେ ଜମା କରିଛନ୍ତି ତଥାପି ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ହୋଇଛି ବୋଲି ସମ୍ଭାବନା ରହିଛି।

ତେଣୁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ହୋଇଛି ନାଁ ନାହିଁ ତାହାକୁ ଆପଣମାନେ ଅନ୍‌ଲାଇନ୍‌ ଉପାୟରେ ଜାଣିପାରିବେ। ତାହା ଏଠାରେ ଦିଆଗଲା...
• ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କତୃପକ୍ଷ ବା ୟୁଆଇଡିଏଆଇର େଓ୍ଵବସାଇଟ୍‌ www.uidai.gov.in କୁ ଭିଜିଟ୍‌ କରନ୍ତୁ।
• ଏହାପରେ ଆଧାର ସର୍ଭିସେସ୍‌ ସ୍ତମ୍ଭରେ ଥିବା ‘ଚେକ୍‌ ଆଧାର ଆଣ୍ଡ୍‌ ବ୍ୟାଙ୍କ ଆକାଉଣ୍ଟ ଲିଙ୍କିଂ ଷ୍ଟାଟସ୍‌’ରେ କ୍ଲିକ୍‌ କରନ୍ତୁ।
• ଏହାପରେ େଓ୍ଵବସାଇଟ୍‌ରେ ଆପଣଙ୍କୁ ଆଧାର ନମ୍ବର ଉଲ୍ଲେଖ କରିବା ସହିତ ସେଠାରେ ଉଲ୍ଲେଖ ଥିବା ସିକ୍ୟୁରିଟି କୋଡ୍‌କୁ ଏଣ୍ଟର କରିବାକୁ ହେବ। ଏହାପରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଓଟିପି କୋଡ୍‌ ଆସିବ।
• ସେହି ଓଟିପିକୁ ଏଣ୍ଟର କରିବା ପରେ ଲଗଇନ୍‌ରେ କ୍ଲିକ୍‌ କରନ୍ତୁ।
• ଯଦି ଆଧାର ନମ୍ବରଟି ମ୍ୟାପିଂ ହୋଇଥାଏ ତାହେଲେ ପୋର୍ଟାଲରେ ନୀଳ ରଙ୍ଗର ଠିକ୍‌ ଚିହ୍ନ ଆସିବ।
କେବଳ ବ୍ୟାଙ୍କ ଖାତା ନୁହେଁ ପାନ୍‌ଠାରୁ ଆରମ୍ଭ କରି ବୀମା ପଲିସି ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ଆର୍ଥିକ ସେବା ସହିତ ଆଧାର ସଂଯୋଗ କରିବାକୁ ସରକାର ଲୋକମାନଙ୍କୁ କହିଛନ୍ତି। ଏହା ବ୍ୟତୀତ ସରକାରୀ କଲ୍ୟାଣମୂଳକ ଯୋଜନା ସହିତ ମଧ୍ୟ ଆଧାର ଲିଙ୍କ୍‌ କରିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଆଧାର ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe