ମୁମ୍ବାଇ: ଦେଶରେ ଗତ ଦୁଇ ବର୍ଷ ମଧ୍ୟରେ ଏଟିଏମ୍ ସଂଖ୍ୟା ହ୍ରାସ ପାଇଛି। ୨୦୧୭ ମାର୍ଚ ଶେଷ ବେଳକୁ ୨,୨୨,୩୦୦ ଏଟିଏମ୍ ଥିବାବେଳେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏହା ୨,୨୧,୭୦୩କୁ ହ୍ରାସ ପାଇଛି। ଫଳରେ ଗତ ଦୁଇ ବର୍ଷ ମଧ୍ୟରେ ୫୯୭ଟି ଏଟିଏମ୍ କମିଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାଯାଇଛି। ଅର୍ଥନୀତିରେ ପ୍ରଚଳନ ହେଉଥିବା ମୁଦ୍ରା ତୁଳନାରେ ଏଟିଏମରୁ ଟଙ୍କା ଉଠାଣ ପରିମାଣ ଭାରତରେ ଅପେକ୍ଷାକୃତ କମ୍ ସ୍ତରରେ ରହିଛି। ତେବେ ଏକମାତ୍ର ଆଶ୍ବାସନାର ବିଷୟ ହେଲା ୨୦୧୨ ମସିହା ବେଳକୁ ଦେଶରେ ୧୦,୮୩୨ ଜଣଙ୍କ ପିଛା ଗୋଟିଏ ଏଟିଏମ୍ ଥିବାବେଳେ ୨୦୧୭ରେ ୫୯୧୯ ଜଣ ପିଛା ଗୋଟିଏ ଏଟିଏମ ରହିଛି।
୫୯୧୯ ଲୋକଙ୍କ ପିଛା ଗୋଟିଏ ଏଟିଏମ୍
Advertisment
Follow Us