ଆଉ କୋଟିଏ ଲୋକଙ୍କୁ ମିଳିବ ମାଗଣା ରନ୍ଧନ ଗ୍ୟାସ୍‌

Advertisment

୨ ବର୍ଷରେ କାର୍ଯ୍ୟକାରୀ ଯୋଜନା

୨ ବର୍ଷରେ କାର୍ଯ୍ୟକାରୀ ଯୋଜନା

ଏଲ୍‌ପିଜି ସିଲିଣ୍ଡରରେ ୪୦ ଲକ୍ଷର ବୀମା

Dailyhunt

ନୂଆଦିଲ୍ଲୀ : ଦେଶରେ ଆଉ କୋଟିଏ ଏଲପିଜି ସଂଯୋଗ ସରକାର ମାଗଣାରେ ଯୋଗାଇଦେବେ। ଆସନ୍ତା ୨ ବର୍ଷ ମଧ୍ୟରେ ମାଗଣାରେ ଏହି ଏଲପିଜି ସଂଯୋଗ ଯୋଗାଇ ଦିଆଯିବା ଲକ୍ଷ୍ୟ ରଖାଯାଇଛି। ଗରିବଙ୍କୁ ମାଗଣା ‌ଏଲ୍‌ପିଜି ସଂଯୋଗ ଯୋଜନା କାର୍ଯ୍ୟକାରୀ କରିବା ଦ୍ବାରା ମୋଦୀ ସରକାର ବିଶ୍ବସ୍ତରରେ ପ୍ରଶଂସା ପାଇଛନ୍ତି। ଏହାଦ୍ବାରା ‌ରୋଷେଇ ଘରର ପରିବେଶ ପ୍ରଦୂଷଣ ହ୍ରାସ ପାଇଛି। ଫଳରେ ମହିଳାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି। ଏହାକୁ ଦୃଷ୍ଟିରେ ରଖି ସରକାର ୧ କୋଟି ଲୋକଙ୍କୁ ଏଲ୍‌ପିଜି ସଂଯୋଗ ମାଗଣାରେ ପ୍ରଦାନ କରିବେ। ଫେବ୍ରୁଆରି ୧ ତାରିଖରେ ଉପସ୍ଥାପିତ ବଜେଟ୍‌ରେ ଏହା ମଧ୍ୟ ଘୋଷଣା କରାଯାଇଛି। ଦେଶରେ ଶତ ପ୍ରତିଶତ ଘରେ ଯେଭଳି ସ୍ବଚ୍ଛ ଇନ୍ଧନ ପହଞ୍ଚିବ ସେହି ‌ଲକ୍ଷ୍ୟ ସରକାରଙ୍କର ରହିଛି। ଅତି ଅଳ୍ପ ସଂଖ୍ୟକ କାଗଜପତ୍ରରେ ଏହି ସଂଯୋଗ ଯୋଗାଇ ଦିଆଯିବ। ଏପରିକି ବାସସ୍ଥାନର ପ୍ରମାଣପତ୍ର କାଗଜ ପାଇଁ ବାଧ୍ୟ ମଧ୍ୟ କରାଯାଇ ନପାରେ ବୋଲି ପେଟ୍ରୋଲିୟମ ସଚିବ ତରୁଣ କପୁର କହିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ରେ ଏଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇ ନାହିଁ। କିନ୍ତୁ ଇନ୍ଧନ ସବ୍‌ସିଡି ବାବଦରେ ଯେଉଁ ଅର୍ଥ ପ୍ରଦାନ କରାଯିବ ତାହା ଦ୍ବାରା ଏହି ଖର୍ଚ୍ଚ ଭରଣା ହୋଇପାରିବ ବୋଲି ‌ସେ କହିଛନ୍ତି। ଗୋଟିଏ ମାଗଣା ଏଲ୍‌ପିଜି ସଂଯୋଗ ଯୋଗାଇ ଦେବା ପାଇଁ ସରକାରଙ୍କୁ ପ୍ରାୟ ୧୬୦୦ ‌ଟଙ୍କା ବହନ କରିବାକୁ ପଡ଼ୁଛି। କେଉଁମାନେ ଉଜ୍ଜ୍ବଳା ଯୋଜନାରୁ ବାଦ୍‌ ପଡ଼ିଛନ୍ତି ‌ସେଥିପାଇଁ ଏକ ପ୍ରାଥମିକ ଆକଳନ ହୋଇଛି। ଦେଶରେ ଏବେ ୨୯ କୋଟି ପରିବାରରେ ଏଲ୍‌ପିଜି ସଂଯୋଗ ରହିଛି। ଆଉ କୋଟିଏ ସଂଯୋଗ ଦିଆଯିବା ପରେ ପାଖାପାଖି ୧୦୦ ପ୍ରତିଶତ ପରିବାରରେ ରନ୍ଧନ ଗ୍ୟାସ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ସଚିବ ଶ୍ରୀ କପୁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe