ଡୋମିନୋଜ୍‌ ଗ୍ରାହକଙ୍କ ୧୦ ଲକ୍ଷ କ୍ରେଡିଟ୍ କାର୍ଡ ତଥ୍ୟ ଲିକ୍

Advertisment
ଡୋମିନୋଜ୍‌ ଗ୍ରାହକଙ୍କ ୧୦ ଲକ୍ଷ କ୍ରେଡିଟ୍ କାର୍ଡ ତଥ୍ୟ ଲିକ୍

NewsBytes

ନୂଆଦିଲ୍ଲୀ: କିଛି ଦିନ ତଳେ ଏୟାର ଇଣ୍ଡିଆର ପ୍ରାୟ ୪୫ ଲକ୍ଷ ଯାତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ହ୍ୟାକର୍‌ମାନେ ଚୋରି କରିନେଇଥିଲେ। ଏହି ଘଟଣାକୁ ଗୋଟିଏ ସପ୍ତାହ ହୋଇନଥିବା ବେଳେ ଡୋମିନୋସ୍‌ର ଅନେକ ଗ୍ରାହକଙ୍କ ତଥ୍ୟ ପ୍ରଘଟ ହୋଇଥିବା ଜଣାପଡ଼ିଛି। ହ୍ୟାକର୍‌ମାନେ କଂପାନିର ୧୮ କୋଟି ବରାଦର ତଥ୍ୟକୁ ଚୋରାଇ ନେଇଛନ୍ତି। ସେଥିରେ ୧୦ ଲକ୍ଷରୁ ଅଧିକ କ୍ରେଡିଟ୍‌ କାର୍ଡର ତଥ୍ୟ ରହିଛି। ପିଜ୍ଜା ବିକ୍ରି ଓ ଡେଲିଭରି କରୁଥିବା ଏହି ସଂସ୍ଥାର ୧୩ ଟେରାବାଇଟ୍‌ ତଥ୍ୟକୁ ହ୍ୟାକର୍‌ମାନେ ଚୋରି କରି ଡାର୍କୱେବ୍‌ରେ ଉପଲବ୍ଧ କରାଇଛନ୍ତି। ତଥ୍ୟ ଲିକ୍‌ ‌ହୋଇଥିବା ବିଷୟକୁ ଡୋମିନୋଜ୍ ପିଜ୍ଜାର ମାଲିକାନା ରଖିଥିବା ସଂସ୍ଥା ଜୁବିଲ୍ୟାଣ୍ଟ୍‌ ଫୁଡ୍‌ୱାର୍କସ୍‌ ସ୍ବୀକାର କରିଛି। କିନ୍ତୁ କୌଣସି ଗ୍ରାହକଙ୍କ ଆର୍ଥିକ ତଥ୍ୟ ଲିକ୍ ହୋଇନାହିଁ ବୋଲି କଂପାନି ଦାବି କରୁଛି। ଡୋମିନୋଜ୍ ପିଜ୍ଜାର ଲିକ୍‌ ହୋଇଥିବା ତଥ୍ୟରେ ସାମିଲ ରହିଛି ଗ୍ରାହକଙ୍କ ମୋବାଇଲ୍‌ ନମ୍ବର, ନାମ, ଇ‌-ମେଲ୍‌ ଠିକଣା ଓ ଜିପିଏସ୍‌ ଲୋକେସନ୍ ବିବରଣୀ। ହ୍ୟାକର୍‌ମାନେ କଂପାନିର ଭାରତରେ ଥିବା ସର୍ଭର ଉପରେ ଆକ୍ରମଣ କରି ୧୮ କୋଟି ବରାଦ ସହ ଜଡ଼ିତ ଥିବା ତଥ୍ୟ‌ ଚୋରାଇ ନେଇଛନ୍ତି।

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ହ୍ୟାକର୍‌ମାନେ କଂପାନିର ସର୍ଭରରୁ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତର ସବୁ ଫାଇଲ୍‌ ଚୋରାଇ ନେଇଛନ୍ତି। ‌ତେ‌ବେ କଂପାନି ପକ୍ଷରୁ କୁହାଯାଇଛି ‌ଯେ ଗ୍ରାହକମାନଙ୍କ ଆର୍ଥିକ ତଥ୍ୟକୁ ସର୍ଭରରେ ସଂରକ୍ଷିତ ରଖିବାର କୌଣସି ବ୍ୟବସ୍ଥା ନାହିଁ। ତେଣୁ ସେହି ତଥ୍ୟ ଲିକ୍ ହେବ ନାହିଁ। କଂପାନିର ଏକ ବିଶେଷଜ୍ଞ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଆଗାମୀ ଦିନରେ ଏଭଳି ଘଟଣାକୁ ରୋକିବା ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କଂପାନି ପ୍ରତିଶ୍ରୁତି ଦେଇଛି।

କିଛି ଦିନ ତଳେ ଏୟାର ଇଣ୍ଡିଆର ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଚୋରି ହୋଇଥିଲା। ୨୦୨୧ ଅଗଷ୍ଟ ୨୬ରୁ ୨୦୨୧ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତର ତଥ୍ୟକୁ ହ୍ୟାକର୍‌ମାନେ ଚେରି କରିଥିଲେ। ଯାତ୍ରୀମାନଙ୍କ ନାମ, ଜନ୍ମ ତାରିଖ, ଯୋଗାଯୋଗ ଠିକଣା, ନମ୍ବର, ପାସପୋର୍ଟ ତଥ୍ୟ, ଟିକଟ ସୂଚନା ଆଦି ଚୋରି ହୋଇଥିଲା। ଯାତ୍ରୀମାନଙ୍କ ଡେବିଟ୍ କାର୍ଡ ଓ କ୍ରେଡିଟ୍‌ କାର୍ଡ ତଥ୍ୟ ମଧ୍ୟ ଲିକ୍ ହୋଇଥିଲା। କିନ୍ତୁ କାର୍ଡର ସିଭିଭି ଓ ସିଭିସି ନମ୍ବର ଚୋରି ହୋଇନଥିବା କଂପାନି ତରଫରୁ ଦାବି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe