ବରାଦ ହୋଇଥିଲା ଖାଲି ସ୍ମାର୍ଟଫୋନ୍‌, ଭାଗ୍ୟବାନ ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ମାର୍ଟଫୋନ ସହ ଆହୁରି ୬୦୦ ଉପହାର

Advertisment
ବରାଦ ହୋଇଥିଲା ଖାଲି ସ୍ମାର୍ଟଫୋନ୍‌, ଭାଗ୍ୟବାନ ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ମାର୍ଟଫୋନ ସହ ଆହୁରି ୬୦୦ ଉପହାର

ନୂଆଦିଲ୍ଲୀ: କଥାରେ ଅଛି ଉପରବାଲା ଦେଲେ, ଛପର ଫାଡ଼ି ଦିଏ। ସେପରି ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦିଲ୍ଲୀର ୨୪ ବର୍ଷିଅ ଯୁବକ ଶେଖର। ଶେଖର ଏକଥା କେବେ ବି ଭାବିନଥିବେ ଯେ ଏକ ସ୍ମାର୍ଟଫୋନ୍‌ ବରାଦ କଲେ ତାଙ୍କୁ ପ୍ରତିବଦଳରେ ୬୦୦ ଉପହାର ମିଳିବ ବୋଲି। ତାହା ପୁଣି ଏପରି ଉପହାର, ଯାହାର ଦାମ ପାଖାପାଖି ୧ ଲକ୍ଷ ଟଙ୍କା।

କଥାଟି ହେଉଛି ଓ୍ଵାନ୍‌ ପ୍ଲସ୍‌ ମୋବାଇଲ୍‌ ଓ ଆମାଜୋନ୍‌ ସାଥି ହୋଇ ଏକ ପ୍ରମୋସନାଲ୍‌ ଅଫର୍‌ ‘ଓ୍ଵାନ୍‌ ପ୍ଲସ୍‌ ଲକି ଷ୍ଟାର୍‌’ ଗ୍ରାହକଙ୍କ ସକାଶେ ଜାରି କରିଥିଲେ। ଦୁଇ କମ୍ପାନି ନିଜର ସହବନ୍ଧିତା ଦିବସ ପାଳନ କରିବା ଉଦ୍ଦେଶ୍ୟରେ ଏହି ଅଫର୍‌ ପ୍ରଦାନ କରିଥିଲେ। ଅଫର୍‌ ମୁତାବକ ଓ୍ଵାନ୍‌ ପ୍ଲସ୍‌ ୬ଟି ଫୋନ୍‌ କିଣିଲେ କୌଣସି ଜଣେ ଭାଗ୍ୟବାନ ଗ୍ରାହକଙ୍କୁ ଫୋନ୍‌ ବ୍ୟତୀତ ଆହୁରି ୬୦୦ ଉପହାର ମିଳିବ ବୋଲି କୁହାଯାଇଥିଲା।

publive-image

ତେବେ, ଏହି ନ୍ୟାୟରେ ସେହି ଭାଗ୍ୟବାନ ଗ୍ରାହକ ହେଲେ ଦିଲ୍ଲୀର ଶେଖର। ଶେଖରଙ୍କୁ ଯେଉଁ ଉପହାର ସବୁ ମିଳିଛି ସେଥିରେ ଆସବାପତ୍ର, ଫେସନ୍‌, ଗ୍ୟାଜେଟ୍‌ସ, ରୋଷେଇ ଘର ସାମଗ୍ରୀ ଆଦି ବିଭିନ୍ନ ପ୍ରକାରର ଜିନିଷ ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏହି ଉପହାର ପହଞ୍ଚାଇବା ପାଇଁ ଓ୍ଵାନ୍‌ ପ୍ଲସ୍‌ ମୋବାଇଲ୍‌ ଓ ଆମାଜୋନ ପକ୍ଷରୁ ସେଖରଙ୍କ ଘର ପର୍ଯ୍ୟନ୍ତ ଏକ ଟ୍ରକ୍‌ ବୁକ୍‌ କରାଯାଇଥିଲା। ଏହି ଉପହାରର ମୂଲ୍ୟ ୧୦୦ରୁ ନେଇ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ। ସମୁଦାୟ ଉପହାର ମୂଲ୍ୟ ପ୍ରାୟ ୧ ଲକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe