ଓପନ୍ ଆକ୍ରେଜ୍ ଲାଇସେନ୍ସିଂ ପଲିସି: ଓଏନ୍‌ଜିସିକୁ ମିଳିଲା ୭ଟି ବ୍ଲକ୍

Advertisment
ଓପନ୍ ଆକ୍ରେଜ୍ ଲାଇସେନ୍ସିଂ ପଲିସି: ଓଏନ୍‌ଜିସିକୁ ମିଳିଲା ୭ଟି ବ୍ଲକ୍

ନୂଆଦିଲ୍ଲୀ: ଓପନ୍ ଆକ୍ରେଜ୍ ଲାଇସେନ୍ସିଂ ପଲିସି (ଓଏଏଲ୍‌ପି)ର ଚତୁର୍ଥ ପର୍ଯ୍ୟାୟ ନିଲାମରେ ସରକାରୀ କଂପାନି ଓଏନ୍‌ଜିସି ୭ଟି ତୈଳ ଓ ଗ୍ୟାସ୍‌ ବ୍ଲକ୍ ହାସଲ କରିଛି। ଏହି ପର୍ଯ୍ୟାୟରେ ମୋଟ ୧୮ ହଜାର ୫୦୦ ବର୍ଗ କିମି ଆବଣ୍ଟନ କରାଯାଇଛି। ଏହା ପୂର୍ବରୁ ଓଏଏଲ୍‌ପିର ପ୍ରଥମ ପର୍ଯ୍ୟାୟରେ ୬୦ ହଜାର କିମି, ଦ୍ବିତୀୟ-ତୃତୀୟ ପର୍ଯ୍ୟାୟରେ ୩୦ ହଜାର କିମି ଲେଖାଏଁ ଆବଣ୍ଟନ କରାଯାଇଥିଲା। ଆଜି ନୂଆଦିଲ୍ଲୀ ଠାରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଏଏଲ୍‌ପି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାର ଶକ୍ତି କ୍ଷେତ୍ରରେ ରାଜସ୍ବ ଅପେକ୍ଷା ଉତ୍ପାଦନକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ବିଗତ ଅଢ଼େଇ ବର୍ଷ ଭିତରେ ଅନୁସନ୍ଧାନ ଓ ଉତ୍ପାଦନ ଲାଗି ୧.୪ ବର୍ଗ କିମି ଆବଣ୍ଟନ କରାଯାଇଛି। ଆଗାମୀ ପାଞ୍ଚ ବର୍ଷରେ ଦେଶର ଭିତ୍ତିଭୂମି କ୍ଷେତ୍ରରେ ୧୦୨ ଲକ୍ଷ କୋଟି ଟଙ୍କା ନିବେଶ ହେବାକୁ ଯାଉଛି। ତାହାର ୨୪% ଅର୍ଥ କେବଳ ଶକ୍ତି କ୍ଷେତ୍ରରେ ବିନିଯୋଗ ହେବ। ତୈଳ ଓ ଗ୍ୟାସ୍‌ କଂପାନିଗୁଡ଼ିକ ଡିଜିଟାଇଜେସନ୍‌କୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe