ମାସ ଅଧାରେ ତୁର୍କୀ ପିଆଜ ଓଡ଼ିଶା‌ରେ ପହଞ୍ଚିବ

Advertisment
ପିଆଜର ଦର ବୃଦ୍ଧି ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କ ଭୁଲ ପାଇଁ ଖାଉଟି ହନ୍ତସନ୍ତ: ଯୋଗାଣ ମନ୍ତ୍ରୀ

alibaba.com

ଭୁବନେଶ୍ବର : ଚଳିତ ମାସ ମଧ୍ୟ ଭାଗ ସୁଦ୍ଧା ତୁର୍କୀରୁ ଆମଦାନି କରାଯାଇଥିବା ପିଆଜ ଓଡ଼ିଶାରେ ପହଞ୍ଚିବ। ପୂର୍ବରୁ କେନ୍ଦ୍ର ସରକାର ତୁର୍କୀ ଓ ଇଜିପ୍ଟରୁ ୧୭,୦୯୦ ଟନ୍ ପିଆଜ ମଗାଇଥିବା ‌ବେଳେ ଏବେ ତୁର୍କୀରୁ ଆଉ ୪୦୦୦ ଟନ୍ ପିଆଜ ଆମଦାନି କରୁଛନ୍ତି।

ପିଆଜ ଆମଦାନି ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମନ୍ବୟ କମିଟି ଗଠନ କରାଯାଇଛି। ଏହି କମିଟି ପିଆଜକୁ ଦେଶ ଭିତ‌ରକୁ ଆଣିବା ସହିତ ସଠିକ ସମୟରେ ରାଜ୍ୟଗୁଡ଼ିକ ପାଖରେ ପହଞ୍ଚାଇବା ଦିଗରେ କାମ କରୁଛି। ଖାଉଟି ବ୍ୟାପାର ସଚିବ ଅନିବାଶ କେ ଶ୍ରୀବାସ୍ତବ ଏହାର ଅଧ୍ୟକ୍ଷ ଥିବା ବେଳେ ପ୍ରତିଦିନ ଏନଏମଟିସି, ନାଫେଡ ଓ କନ୍‌କୋର ଏବଂ ଅନ୍ୟ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି। ନାଫେଡ୍‌ର ନିର୍ଦେଶକ ସଞ୍ଜୀବ ଚଢ଼ା ଏନେଇ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ମଧ୍ୟ ପିଆଜ ଆମଦାନି ନେଇ କେନ୍ଦ୍ର ସଚିବ ଓ ନାଫେଡ୍‌ର ଏମ୍‌ଡିଙ୍କ ସହ ଯୋଗାଯୋଗରେ ଅଛନ୍ତି।

ପିଆଜ ଆମଦାନି ଲାଗି ତିନିଟି ଟେଣ୍ଡର୍‌ ଜାରି କରିବାକୁ ନାଫେଡ୍‌କୁ କେନ୍ଦ୍ର ଖା‌ଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦୁଇଟି ଟେଣ୍ଡର ତୁର୍କୀ ଓ ୟୁ‌ରୋପୀୟ ସଂଘ ପାଇଁ ହେବ ଏବଂ ଅନ୍ୟଟି ଆନ୍ତର୍ଜାତିକ ଟେଣ୍ଡର୍‌ ହେବ। ପ୍ରତି ଟେଣ୍ଡର ମାଧ୍ୟମରେ ୫୦୦୦ ଟନ ପିଆଜ କିଣାଯିବ। ନୂତନ ଟେଣ୍ଡର୍‌ରେ ପିଆଜର ଆକାରକୁ ନେଇ କିଛିଟା ସର୍ତ୍ତ କୋହଳ କରାଯାଇଛି। ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେ ଏବଂ ରପ୍ତାନିକାରୀମାନଙ୍କୁ ଏକାଧିକ ଥର ପିଆଜ ଆଣିବାର ସୁଯୋଗ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe