Advertisment

ଦଣ୍ଡନୀୟ ଅପରାଧ ହେବ ଅନଲାଇନ ବେଟିଂ

Advertisment

ଏଣିକି ଅନଲାଇନ ବେଟିଂ ଦଣ୍ଡନୀୟ ଅପରାଧଭାବେ ପରିଗଣିତ ହେବ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସଂପର୍କିତ ଏକ ବିଲ୍କୁ ମଂଜୁରୀ ଦିଆଯାଇଛି ।

ଏଣିକି ଅନଲାଇନ ବେଟିଂ ଦଣ୍ଡନୀୟ ଅପରାଧଭାବେ ପରିଗଣିତ ହେବ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସଂପର୍କିତ ଏକ ବିଲ୍କୁ ମଂଜୁରୀ ଦିଆଯାଇଛି ।

New Project (19)

ନୂଆଦିଲ୍ଲୀ : ଏଣିକି ଅନଲାଇନ ବେଟିଂ ଦଣ୍ଡନୀୟ ଅପରାଧଭାବେ ପରିଗଣିତ ହେବ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସଂପର୍କିତ ଏକ ବିଲ୍କୁ ମଂଜୁରୀ ଦିଆଯାଇଛି । ଏହି ବିଲ୍ ଆଗତ ହେବା ପରେ, ଅନଲାଇନ୍ ବେଟିଂ କିମ୍ବା ଗେମିଂ ଆପ୍ସର ଅପବ୍ୟବହାର ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହି ନୂତନ ବିଲରେ ଅନଲାଇନ୍ ଗେମ୍ ଉପରେ କଟକଣା ଲଗାଇବାର ବ୍ୟବସ୍ଥା ରହିବ।

ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ସଂସଦରେ ଏହି ବିଲ୍ ଆଗତ କରାଯାଇପାରେ। ସର୍ବପ୍ରଥମେ ଏହାକୁ ଲୋକସଭାରେ ଅଣାଯିବ। ଗତ କିଛି ବର୍ଷ ହେଲା ମଧ୍ୟରେ ଅନଲାଇନ୍ ଗେମ୍ ମାଧ୍ୟମରେ ବେଟିଂ ଏବଂ ଠକେଇର ଅନେକ ମାମଲା ଆସିବା ଯୋଗୁଁ ସରକାରଙ୍କ ପକ୍ଷରୁ ଏହି ବିଲ୍ ଅଣାଯାଇଛି। ଏହି ଆପ୍ସ ଯୋଗୁଁ ଅନେକ ଯୁବକ ସର୍ବସ୍ବାନ୍ତ ହେଉଛନ୍ତି, ଏପରିକି କେତେକ ଆତ୍ମହତ୍ୟା ମଧ୍ୟ କରୁଛନ୍ତି । କିଛି ଆପ୍ ନକଲି ପୁରସ୍କାର ଏବଂ ଲୋଭ ଦେଖାଇ ଲୋକଙ୍କୁ ଫସାଉଛନ୍ତି। 
ଆଜକାଲି ଅନେକ ଫିଲ୍ମ ଷ୍ଟାର ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧ୍ୟ ଏହି ଆପ୍ସକୁ ପ୍ରମୋଟ କରୁଥିବାର ଦେଖାଯାଇଛି। ସରକାର ଏବଂ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏବେ ସେହି ସେଲିବ୍ରିଟି ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ଉପରେ ନଜର ରଖିଛନ୍ତି ଯେଉଁମାନେ ଏହି ଆପ୍ସକୁ ପ୍ରମୋଟ କରନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe