ଅନ୍‌ଲାଇନ୍‌ ଗେମ୍ ପିଲାଙ୍କ ସ୍ବାସ୍ଥ୍ୟ ବିଗାଡ଼ୁଛି: ରିପୋର୍ଟ

Advertisment

ଅନ୍‌ଲାଇନ୍‌ ଗେମିଂ ଶିଳ୍ପ ଯେତେ‌ ଆଗକୁ ବଢ଼ୁଛି ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସେତେ ଅଧିକ ହେବାରେ ଲାଗିଛି। ଅନଲାଇନ୍‌ ଗେମ୍‌ଗୁଡ଼ିକ ପ୍ରତି ଛୋଟ ଛୋଟ ପିଲାମାନେ ଅଧିକ ଆସକ୍ତ ହୋଇ ପଡ଼ୁଛନ୍ତି।

ଅନ୍‌ଲାଇନ୍‌ ଗେମିଂ ଶିଳ୍ପ ଯେତେ‌ ଆଗକୁ ବଢ଼ୁଛି ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସେତେ ଅଧିକ ହେବାରେ ଲାଗିଛି। ଅନଲାଇନ୍‌ ଗେମ୍‌ଗୁଡ଼ିକ ପ୍ରତି ଛୋଟ ଛୋଟ ପିଲାମାନେ ଅଧିକ ଆସକ୍ତ ହୋଇ ପଡ଼ୁଛନ୍ତି।

online game

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଗେମିଂ ଶିଳ୍ପ ଯେତେ‌ ଆଗକୁ ବଢ଼ୁଛି ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସେତେ ଅଧିକ ହେବାରେ ଲାଗିଛି। ଅନଲାଇନ୍‌ ଗେମ୍‌ଗୁଡ଼ିକ ପ୍ରତି ଛୋଟ ଛୋଟ ପିଲାମାନେ ଅଧିକ ଆସକ୍ତ ହୋଇ ପଡ଼ୁଛନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ବିଗାଡ଼ୁଛି ବୋଲି ସାଇବରପିସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ଏହି ବିପଦରୁ ପିଲାଙ୍କୁ ସୁରକ୍ଷା ଦେବାକୁ ହେଲେ ନୀତିଗତ ହସ୍ତକ୍ଷେପ ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି। ଛୋଟ ପିଲାମାନେ ଯଦି କମ୍‌ ବୟସରୁ ‌ଅନଲାଇନ୍‌ ଗେମିଂ ଦୁନିଆରେ ପଶିବେ ତାହେଲେ ସେମାନଙ୍କ ବିକାଶ ବାଧାପ୍ରାପ୍ତ ହେବ। ପିଲାମାନଙ୍କର ଉଭୟ ଶାରୀରିକ ଓ ମାନବିକ ବିକାଶ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଗବେଷକ, ଶିକ୍ଷାବିତ୍‌ ଏବଂ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଅନ୍‌ଲ‌ାଇନ୍‌ ଗେମିଂ ସଂସ୍ପର୍ଶରେ ପିଲାମାନେ କମ୍‌ ବୟସରୁ ଆସି‌ବା ଦ୍ବାରା ତାହା ଚିନ୍ତାର ବିଷୟ ପାଲଟିଛି। ଦୀର୍ଘଦିନ ‌ଧରି ଖେଳ ଜାରି ରଖିଲେ ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ସ୍କ୍ରିନ ସାମ୍ନାରେ ଅଧିକ ସମୟ ବସି ରହୁଥିବା ପିଲାମାନଙ୍କର ବିଏମ୍‌ଆଇ( ବଡି ମାସ୍‌ ଇଣ୍ଡେକ୍ସ) ଅଧିକ ରହୁଛି ଏବଂ ସେମାନେ ମୋଟା ହେବାର ଆଶଙ୍କା ଅଧିକ।

ସେହିଭଳି କିଶୋର ବୟସର ପିଲା ଯେଉଁମାନେ ଅଧିକ ସମୟ ଭିଡିଓ ‌ଗେମ୍‌ ଖେଳୁଛନ୍ତି ସେମାନଙ୍କର ମେଦବହୁଳତା ବୃଦ୍ଧି ପାଇବାର ଆଶଙ୍କା ଅଧିକ ରହିଛି। କାରଣ ସେମାନଙ୍କର ଶାରୀରିକ ପରିଶ୍ରମ କମିଯାଉଛି। ଲଗାତାର ଗେମିଂ ଜାରି ରଖିବା ଫଳରେ ମାଉସ୍‌ ବାରମ୍ବାର କ୍ଲିକ୍‌ କରିବାକୁ ପଡ଼େ। ଏଥିଯୋଗୁ ହାତ ଏବଂ ଆଙ୍ଗୁଠି ଉପରେ ଚାପ ପଡ଼ିଥାଏ ବୋଲି କୁହାଯାଇଛି। ଅନ୍‌ଲାଇନ୍‌ ଗେମିଂ ପ୍ରତି ଅଧିକ ଆସକ୍ତ ହେବା ଫଳରେ ଶୋଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। କେବଳ ସେତିକି ନୁହେଁ ହୃତ୍‌ପିଣ୍ଡରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି। ଏସବୁ ବିପଦକୁ କମାଇବା ପାଇଁ ସାଇବରପିସ୍‌ ପକ୍ଷରୁ ଏକାଧିକ ସୁପାରିସ କରାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe