ଓପେକ୍‌ କମାଇବ ତୈଳ ଉତ୍ପାଦନ

Advertisment
ତେଲ ୧୦୦ ଡଲାର ତଳକୁ ଖସିବ: ଗହମ, ଓଟ୍‌ସ ରପ୍ତାନି ବନ୍ଦ କଲା ୟୁକ୍ରେନ

Indian Market View

ନୂଆଦିଲ୍ଲୀ: ଓପେକ୍ ସମତେ ବିଶ୍ବର ଅନ୍ୟ ‌ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ତୈଳ ଉତ୍ପାଦନ ପରିମାଣ ହ୍ରାସ କରିବା ପାଇଁ ଦୀର୍ଘଦିନ ପରେ ରାଜି ହୋଇଛନ୍ତି। ଏମାନେ ଦୈନିକ ୯.୭ ନିୟୁତ ବ୍ୟାରେଲ କମ୍ ପରିମାଣର ତେଲ ଉତ୍ପାଦନ କରିବେ। ପ୍ରଥମେ ଏମାନେ ଦୈନିକ ୧୦ ନିୟୁତ ବ୍ୟାରେଲ କମ୍ ତେଲ ‌ଉତ୍ପାଦନ କରିବା ପାଇଁ ପ୍ରସ୍ତାବ ରଖିଥିଲେ ମଧ୍ୟ ଏହାଠାରୁ ସାମାନ୍ୟ କମ୍ ତେଲ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ବରେ ଦୈନିକ ଯେତିକି ତେଲ ଉତ୍ପାଦନ ହେଉଛି ଏହି ରାଶି ତାହା ତୁଳନାରେ ଏକ ଦଶମାଂଶ କମ୍ ତେଲ ଆଗାମୀ ଦିନରେ ଉତ୍ପାଦନ କରିବେ। ଦୀର୍ଘଦିନ ଧରି ଗୋଟିଏ ପଟେ ଓପେକ୍ ଓ ଅନ୍ୟ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଏବଂ ଅନ୍ୟପଟେ ଜି-୨୦ ଦେଶର ପ୍ରତିନିଧିମାନେ ଆଲୋଚନା ଚଳାଇଥିଲେ। ଦୀର୍ଘଦିନର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ଆଜିର ନିଷ୍ପତ୍ତି ଫଳରେ ଓପେକ୍ ଏବଂ ଅନ୍ୟ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି ବୋଲି ସୌଦିର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ୍ ବିନ୍ ସଲମାନ କହିଛନ୍ତି। ତେବେ ଏବେ ବିଶ୍ବରେ ‌କରୋନା ମହାମାରୀ ଦେଖାଦେଇଥିବାରୁ ତୈଳ ଚାହିଦା ହ୍ରାସ ପାଇଛି। ଏଥିଯୋଗୁ ମୂଲ୍ୟ ମଧ୍ୟ କମ୍ ରହିଛି। ଉତ୍ପାଦନ ହ୍ରାସ ତୈଳ ଦର ବୃଦ୍ଧିରେ କେତେ ସହାୟକ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe