କୋଭିଡ୍-୧୯ ସଂକଟ: ଦୈନିକ ୯. ୭ ନିୟୁତ ବ୍ୟାରେଲ୍ ତୈଳ ଉତ୍ପାଦନ ହ୍ରାସ ପାଇଁ ରାଜିନାମା ସ୍ବାକ୍ଷରିତ

Advertisment
କୋଭିଡ୍-୧୯ ସଂକଟ: ଦୈନିକ ୯. ୭ ନିୟୁତ ବ୍ୟାରେଲ୍ ତୈଳ ଉତ୍ପାଦନ ହ୍ରାସ ପାଇଁ ରାଜିନାମା ସ୍ବାକ୍ଷରିତ

Image Source: Hindustan Times

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁଁ ବିଶ୍ବ ଶକ୍ତି ବଜାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଦୈନିକ ୯. ୭ ନିୟୁତ ବ୍ୟାରେଲ୍ ତୈଳ ଉତ୍ପାଦନ ହ୍ରାସ କରିବାକୁ ସାଉଦି ଆରବ ଏବଂ ରୁଷ୍ ନେତୃତ୍ବରେ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶମାନେ ରବିବାର ଦିନ ରାଜିନାମା କରିଛନ୍ତି।

ନିଃସନ୍ଦେହ ଏହା ହେଉଛି ତୈଳ ଇତିହାସରେ ସବୁଠୁ ବଡ଼ ରାଜିନାମା। ତିନି ଦିନ ଆଲୋଚନା, ଦୁଇଟି ଭିଡିଓ କନ୍‌ଫରେନ୍‌ସ୍ ବୈଠକ ଏବଂ ଜି-ଟ୍ବେଣ୍ଟି ଶକ୍ତିମନ୍ତ୍ରୀମାନଙ୍କ ସହ ଗୋଟିଏ ବୈଠକ ପରେ ରୁଷ୍ ଓ ସାଉଦିଆରବ ଏହି ରାଜିନାମାରେ ମୋହର ଲଗାଇ ଥିଲେ।

ଦୈନିକ ୪୦୦୦୦୦ ବ୍ୟାରେଲ୍ ଉତ୍ପାଦନ ହ୍ରାସ କରିବାକୁ ପ୍ରସ୍ତୁତ ନ ଥିବା ମେକ୍ସିକୋକୁ ବୁଝାଇବା ଦାୟିତ୍ବ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍‌ଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ତାହା ଟ୍ରମ୍ପ୍ ସମ୍ପାଦନ କରିଥିଲେ।

publive-image Image Source: CNN

ପରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ଐତିହାସିକ ରାଜିନାମା ନିମନ୍ତେ ସାଉଦି ରାଜା ସଲମନ୍ ଏବଂ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଟୁଇଟ୍ କରି ସେ ଲେଖିଥିଲେ ଯେ ଓପିଏସ୍‌ସି+ ସହିତ ବୃହତ୍ ତୈଳ ରାଜିନାମା ସମାପନ ହୋଇଛି। ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ହଜାର ହଜାର ଶକ୍ତି ସମ୍ବନ୍ଧୀୟ କାର୍ଯ୍ୟ ବଞ୍ଚାଇ ପାରିବ।

ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ସାଉଦି ଆରବର ଶକ୍ତି ମନ୍ତ୍ରୀ ରାଜକୁମାର ଅବଦୁଲଅଜିଜ୍ ବିନ୍ ସଲ୍‌ମନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe