ସବୁ ଜିଲ୍ଲାରେ ଖୋଲିବ ଆୟୁର୍ବେଦ ଚିକିତ୍ସାଳୟ

Advertisment
ସବୁ ଜିଲ୍ଲାରେ ଖୋଲିବ ଆୟୁର୍ବେଦ ଚିକିତ୍ସାଳୟ

ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଅଖିଳ ଭାରତ ଆୟୁର୍ବେଦ ସଂସ୍ଥାନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରତିଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଆୟୁର୍ବେଦ ଚିକିତ୍ସାଳୟ ପ୍ରତିଷ୍ଠା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ଦେଶରେ ୬୫ରୁ ଅଧିକ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା କରାଯାଇ ସାରିଲାଣି। ଏଥିସହିତ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୦୦ ପ୍ରତିଶତ ଏଫ୍‌ଡିଆଇ (ବିଦେଶୀ ପୁଞ୍ଜି ନିବେଶ)କୁ ମଞ୍ଜୁରି ଦେଇଛନ୍ତି। ସେହିଭଳି ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସ୍ୱଚ୍ଛତା ଅଭିଯାନ ଜରିଆରେ ୫ କୋଟି ଶୌଚାଳୟ ନିର୍ମାଣ କରିଥିବା ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe