ଓପୋନ୍‌ଏଆଇ ସିଇଓଙ୍କ ଚିନ୍ତା: ବହୁ ଚାକିରି ନେଇଯିବ ଚାଟ୍‌ଜିପିଟି

Advertisment
ଏଆଇ ଦୌଡ଼ରେ ରୁଷ୍‌ ସାମିଲ: ଚାଟ୍‌ଜିପିଟିର ତଦନ୍ତ କରିବ ୟୁରୋପୀୟ ସଂଘ

euraildirect.com

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ପ୍ରଯୁକ୍ତିକୁ ମାଧ୍ୟମ କରି ବିକାଶ କରାଯାଇଥିବା ଚାଟ୍‌ବଟ୍‌ ‘ଚାଟ୍‌ଜିପିଟି’ ବର୍ତ୍ତମାନ ସମୟରେ ଥିବା ବହୁ ଚାକିରିକୁ ନେଇଯିବ। ଚାଟ୍‌ଜିପିଟିକୁ ବିକାଶ କରିଥିବା ଆମେରିକୀୟ ସଂସ୍ଥା ଓପୋନ୍‌ଏଆଇର ସିଇଓ ସାମ୍‌ ଅଲ୍‌ଟମ୍ୟାନ୍ ଏହା କହିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରଯୁକ୍ତି ଅତ୍ୟନ୍ତ ଚମତ୍କାର ଓ ଘାତକ ମଧ୍ୟ। ଏହାକୁ ନେଇ ମନରେ କାହିଁକି ଆଶଂକା ରହୁଛି ବୋଲି ପ୍ରଶ୍ନ ହେବାରୁ ଅଲ୍‌ଟମ୍ୟାନ୍‌ କହିଥିଲେ ଯେ ଏହା ବର୍ତମାନ ସମୟର ବହୁ ଚାକିରି ନେଇଯିବ। ଆଉ ଏହା ସତ ମଧ୍ୟ। ଏଆଇକୁ ବିକାଶ କରିବା ପଛର ଉଦ୍ଦେଶ୍ୟ ଥିଲା ଏହା ଆମ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଉନ୍ନତି ଆଣିବା। ମାନବ ସମାଜ ବିକାଶ କରିଥିବା ସବୁଠୁ ବଡ଼ ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ବୋଲି ସେ କହିଛନ୍ତି।

ଚାଟ୍‌ଜିପିଟି ଛାତ୍ରଛାତ୍ରୀମାନଙ୍କୁ ଅଳସୁଆ କରିବ ନାହିଁ କି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଶିକ୍ଷାଦାନରେ ପରିବର୍ତ୍ତନ ହେବ। ଅତୀତରେ ମଧ୍ୟ ଆସିଥିବା ପ୍ରଯୁକ୍ତି ପ୍ରଭାବରେ କିଛିଟା ପରିବର୍ତ୍ତନ ହୋଇଥିଲା। କାଲ୍‌କୁଲେଟର ଆସିବା ପରେ ଗଣିତ ପଢ଼ାଇବା ବଦଳିଛି ବୋଲି ସେ କହିଛନ୍ତି। ଏହି ଅବସରରେ ସେ ସୂଚନା ଦେଇଛନ୍ତି ଯେ ଓପୋନ୍‌ଏଆଇ ଏବେ ଜିପିଟି-୪ବିକାଶ କରୁଛି ଯାହା ମଣିଷ ଭଳି କାମ କରୁଛି। କିଛି ପେସାଦାର ଓ ଶିକ୍ଷା ଜଗତର କାମକୁ ଏହା ଅତି ସହଜରେ ଓ ସଠିକତାର ସହ କରିପାରୁଛି। ଜଟିଳ କାମକୁ ଏହା ସହଜ କରିପାରିଥିବା ସେ କହିଛନ୍ତି।

ଚାଟ୍‌ଜିପିଟି ହେଉଛି ଏଆଇର ଶକ୍ତିରେ ଚାଲୁଥିବା ଏକ ଚାଟ୍‌ବଟ୍‌। ଏହାକୁ ଯାହା ପ୍ରଶ୍ନ ପଚାରିଲେ ତାହା ଅତି ସହଜରେ ଓ ସଠିକ୍ ଉତ୍ତର ଦେଇପାରୁଛି। ପିଲାମାନଙ୍କ ପାଇଁ ରଚନା ଲେଖିବାଠାରୁ ଆରମ୍ଭ କରି କର୍ପୋରେଟ୍ ଜଗତର ବହୁ ଜଟିଳ କାମକୁ ଏହା ସହଜ କରିଛି। ଅଳ୍ପ ସମୟ ଭିତରେ ସାରା ବିଶ୍ବରେ ଏହା ‌ଏତେ ଲୋକପ୍ରିୟ ହୋଇଛି ଯେ ଗୁଗୁଲ୍‌, ମାଇକ୍ରୋସଫ୍ଟ ଓ ଚୀନ୍‌ର କିଛି ସଂସ୍ଥା ଚିନ୍ତିତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe