ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓପନ୍‌ଏଆଇ ସିଇଓ

ଏଆଇ ପରୀକ୍ଷାନିରୀକ୍ଷା ବନ୍ଦ କରିବା ଭଲ ଚିନ୍ତାଧାରା ନୁହେଁ: ଅଲ୍ଟମ୍ୟାନ୍

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓପନ୍‌ଏଆଇ ସିଇଓ

ନୂଆଦିଲ୍ଲୀ: ଚାଟ୍‌ଜିପିଟିର ସ୍ରଷ୍ଟା ତଥା ଆମେରିକୀୟ କମ୍ପାନି ଓପନ ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ‌ହୋଇଥିବା ଆଲୋଚନାକୁ ସେ ସକାରାତ୍ମକ ଦର୍ଶାଇଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଂପର୍କରେ ପ୍ରଧାନମନ୍ତ୍ରୀଙ୍କର ଗଭୀର ଅନ୍ତର୍ଦୃଷ୍ଟି ରହିଥିବା ସହିତ ଆଲୋଚନାବେଳେ ସେ ଏ ନେଇ ଯଥେଷ୍ଟ ଅଧିକ ଆଗ୍ରହ ଦେଖା‌ଇଥିଲେ ବୋଲି ଅଲ୍ଟମ୍ୟାନ କହିଛନ୍ତି। ଆଇଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ବେଳେ ସେ ବିଭିନ୍ନ ବିଷୟରେ ଆଲୋଚନା କରିଥି‌େଲ।

ଏଆଇ ବିକାଶ ଲାଗି ଖର୍ଚ୍ଚ ହେଉଥିବା ବିଦ୍ୟୁତ ପାଇଁ ପରି‌େବଶ ଉପରେ ପଡ଼ୁଥିବା ପ୍ରଭାବର ମୁକାବିଲା ଲାଗି ସେ ଯୋଜନା ରଖିଥିବା କହିଛନ୍ତି। ଏଆଇକୁ ନିୟନ୍ତ୍ରଣ କରିବା ଓ ତାହାର ବିକାଶ ଉପରେ ରୋକ ଲଗାଇବା ଲାଗି ହେଉଥିବା ଦାବି ବିଷୟରେ ଅଲ୍ଟମ୍ୟାନ୍ କହିଛନ୍ତି ଯେ ପରୀକ୍ଷାନିରୀକ୍ଷା ବନ୍ଦ ଏକ ଭଲ ଚିନ୍ତାଧାରା ନୁହେଁ। ଏହା କିଭଳି ସୁରକ୍ଷିତ ରହିବ ସେ ଦିଗରେ କାମ କରିବାକୁ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ନିଜକୁ ଭଲ ଲାଗୁଥିବା ଜିିନିଷ ତିଆରି ଉପରେ ମନୋନିବେଶ କରିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe