ଆସିଲା ଓପୋର ଏ-୮୩ ୨୦୧୮ ଅପଗ୍ରେଡେଡ ମଡେଲ, ସ୍ମାର୍ଟ ସେଲଫି ପାଇଁ ସର୍ବୋତ୍ତମ

Advertisment
ଆସିଲା ଓପୋର ଏ-୮୩ ୨୦୧୮ ଅପଗ୍ରେଡେଡ ମଡେଲ, ସ୍ମାର୍ଟ ସେଲଫି ପାଇଁ ସର୍ବୋତ୍ତମ

ନୂଆଦିଲ୍ଲୀ : ଅଗ୍ରଣୀ ସ୍ମାଟଫୋନ୍‌ ନିର୍ମାତା ଓପୋ ପକ୍ଷରୁ ଏହାର ଏ-୮୩ ୨୦୧୮ସ୍ମାର୍ଟଫୋନ୍‌ର ଅପଗ୍ରେଡେଡ୍‌ ମଡେଲର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ମୁଖ୍ୟତଃ ଯୁବବର୍ଗର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହି ୪ ଜିବି ରାମ୍‌ ୬୪ ଜିବି ରମ୍‌ ବିଶିଷ୍ଟ ଅପଗ୍ରେଡେଡ୍‌ ମଡେଲ ଏବେ ଉପଲବ୍ଧ ହେଉଛି। ଏହା ନୂଆ ବ୍ଲୁ ଏବଂ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି। ଏଥିରେ ଫୁଲ୍‌ ସ୍କ୍ରିନ ଡିସ୍‌ପ୍ଲେ, ଏଆଇ ବିୟୁଟି ରିକୋଗନାଇଜେସନ୍‌ ଜ୍ଞାନକୌଶଳ, ୩୧୮୦ ଏମ୍‌ଏଏଚ୍‌ ବ୍ୟାଟେରୀ, ଏହାର ମୂଲ୍ୟ ୧୫,୯୯୦ଟଙ୍କା ରହିଛି। ଏହା ଅନ୍‌ଲାଇନ୍‌ରେ ଆମାଜନ, ଫ୍ଲିପ୍‌କାର୍ଟ ସହିତ ଦେଶବ୍ୟାପି ଅଫ୍‌ଲାଇନ୍‌ ଷ୍ଟୋରରେ ଉପଲବ୍ଧ ହେବ।

ଓପୋ ଏ-୮୩ ୨୦୧୮ରେ ୪ଜିବି ରାମ୍‌, ୩ଟି କାର୍ଡ ସ୍ଲଟ୍‌ ମଧ୍ୟରେ ଡୁଆଲ୍‌ ନାନୋ ସିମ୍‌ କାର୍ଡ ଏବଂ ଗୋଟିଏ ଟିଏଫ୍‌ ସ୍ଲଟ୍‌ ରହିଛି। ଏହା ଏକ୍ସଟରନାଲ ୧୨୮ ଜିବି ମେମୋରୀରେ ଉପଲବ୍ଧ ହେଉଛି। ଏହା ଓଏସ୍‌ ୩.୨ ଅପରେଟିଂ ସିଷ୍ଟମରେ ଉପଲବ୍ଧ ହେଉଛି। ଏଥିରେ ଓ-ଶେୟାର ସୁବିଧା ରହିଛି। ଯାହାଦ୍ୱାରା ଫାଇଲ୍‌ ସହଜରେ ଶେୟାର ହୋଇପାରିଥାଏ। ଏକ ସେକେଣ୍ଡରେ ଏହାଦ୍ୱାରା ୬ ରୁ ୭ଟି ଫଟୋ ଉତୋଳିତ ହୋଇପାରିଥାଏ। ଏହାକୁ ଛୋଟ ପିଲାଙ୍କଠାରୁ ଆମ୍ଭ କରି ବୟସ୍କ ଲୋକମାନେ ସହଜରେ ବ୍ୟବହାର କରିପାରିବେ। ୟୁଏଫ୍‌ଓ କର୍ଭଡ୍‌ ଡିଜାଇନିଂ ଏହାକୁ ଏକ ନୂତନ ଆକର୍ଷଣୀୟ ଲୁକ୍‌ ପ୍ରଦାନ କରୁଛି। ଯାହାକି ଯୁବବର୍ଗଙ୍କ ପାଇଁ ଏକ ପ୍ରିମିୟମ୍‌ ସ୍ୱାର୍ଟଫୋନ୍‌ ଭାବେ ପ୍ରତିପାଦିତ ହୋଇପାରିବ । ଏଥିରେ ରେ ୮ଏମ୍‌ପି ସମ୍ମୁଖ କ୍ୟାମେରା, ୧୩ ଏମ୍‌ ପି ପଛ କ୍ୟାମେରା,ଏ.ଆଇ. ବିୟୁଟ ଫିଚର ଆଦି ବୈଶିଷ୍ଟ୍ୟ ରହିଛି ଯାହାକି ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe