Advertisment

ଭାରତରେ ଓରାକଲ୍‌ର ଲାଞ୍ଚ କାରବାର

Advertisment
ଭାରତରେ ଓରାକଲ୍‌ର ଲାଞ୍ଚ କାରବାର

The Economic Times

ବେଙ୍ଗାଲୁରୁ: ବ୍ୟବସାୟ ପାଇବା ଲାଗି ଲାଞ୍ଚ କାରବାର କରିଥିବା ଆଇଟି କଂପାନି ଓରାକଲ୍ ଉପରେ ଆମେରିକାର ନିୟାମକ ସଂସ୍ଥା ଏସ୍‌ଇସି ୨୩ ନିୟୁତ ଡଲାର ଜରିମାନା ଲଗାଇଛନ୍ତି। ଭାରତ, ତୁର୍କୀ ଓ ୟୁଏଇରେ କଂପାନି ୨୦୧୬-୨୦୧୯ ମଧ୍ୟ ଲାଞ୍ଚ କାରବାର କରିଥିଲା। ବିଭିନ୍ନ ପ୍ରକାରରେ କଂପାନି ଲାଞ୍ଚ ଦେଉଥିଲା। ଗତ ୧୦ ବର୍ଷ ଭିତରେ ଭାରତରେ ଲାଞ୍ଚ କାରବାର ପାଇଁ ଓରାକଲ୍ ଦୁଇ ଥର ଧରାପଡ଼ିଛି। ୨୦୧୯ରେ ଓରାକଲ୍‌ର ସେଲ୍‌ସ ଟିମ୍‌ ଏକ ପରିବହନ ସଂସ୍ଥା ସହ ଅତ୍ୟଧିକ ରିହାତିର ଏକ ସ୍କିମ୍ ଲାଗୁ କରିଥିଲା। ଭାରତୀୟ ରେଳ ସହ ସେହି ପରିବହନ ସଂସ୍ଥାର ସମ୍ପର୍କ ଥିଲା। ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଲାଗି କଂପାନି ଅଲଗା ଅର୍ଥରାଶି ରଖୁଥିଲା। ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ବେଆଇନ ଭାବେ ଓରାକଲ୍‌ ପକ୍ଷରୁ ବିତରକଙ୍କ ପାଖରେ ପାଣ୍ଠି ରଖାଯାଇଥିଲା। ୨୦୦୬ରେ ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟଠାରୁ ଓରାକଲ୍‌ ୩.୯ ନିୟୁତ ଡଲାରର ଏକ କାର୍ଯ୍ୟବରାଦ ପାଇଥିଲା। ହିସାବ ଖାତାରେ ରହିଥିବା ତ୍ରୁଟି ୨୦୧୨ରେ ଧରାପଡ଼ିଥିଲା ଓ କଂପାନି ଉପରେ ୨ ନିୟୁତ ଡଲାର ଜରିମାନା ଲାଗୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe