Advertisment

ପ୍ରବଳ ଚାହିଦାରେ କମଳା ରଙ୍ଗ ଆଇଫୋନ୍: ଭାରତ, ଆମେରିକାରେ ଷ୍ଟକ୍ ଶେଷ

Advertisment

ଆମେରିକୀୟ କମ୍ପାନି ଆପଲ୍‌ ଆଣିଥିବା କସ୍‌ମିକ୍ କମଳା ରଙ୍ଗର ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ପ୍ରବଳ ଚାହିଦାରେ ରହିଛି। ପ୍ରାକ୍ ବୁକିଂ ଆରମ୍ଭ ହେବାର ତିନି ଦିନରେ ଭାରତ ଓ ଆମେରିକାରେ ଏହି ରଙ୍ଗର ଫୋନ୍‌ ଷ୍ଟକ୍ ଶେଷ ହୋଇଯାଇଛି।

ଆମେରିକୀୟ କମ୍ପାନି ଆପଲ୍‌ ଆଣିଥିବା କସ୍‌ମିକ୍ କମଳା ରଙ୍ଗର ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ପ୍ରବଳ ଚାହିଦାରେ ରହିଛି। ପ୍ରାକ୍ ବୁକିଂ ଆରମ୍ଭ ହେବାର ତିନି ଦିନରେ ଭାରତ ଓ ଆମେରିକାରେ ଏହି ରଙ୍ଗର ଫୋନ୍‌ ଷ୍ଟକ୍ ଶେଷ ହୋଇଯାଇଛି।

fshsffhssfhbxv

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଆପଲ୍‌ ଆଣିଥିବା କସ୍‌ମିକ୍ କମଳା ରଙ୍ଗର ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ପ୍ରବଳ ଚାହିଦାରେ ରହିଛି। ପ୍ରାକ୍ ବୁକିଂ ଆରମ୍ଭ ହେବାର ତିନି ଦିନରେ ଭାରତ ଓ ଆମେରିକାରେ ଏହି ରଙ୍ଗର ଫୋନ୍‌ ଷ୍ଟକ୍ ଶେଷ ହୋଇଯାଇଛି। ଭାରତରେ କୌଣସି ଗୋଟିଏ ବି ଆପଲ୍ ଷ୍ଟୋର୍‌ରେ ଏହି ମଡେଲ୍‌ କିଣିବା ପାଇଁ ଉପଲବ୍ଧ ନାହଁ। ଆଇଫୋନ୍ ପ୍ରୋ ମ୍ୟାକ୍ସ ଓ ଆଇଫୋନ୍ ପ୍ରୋ ସିରିଜ୍‌ରେ ମଧ୍ୟ ଏହି ରଙ୍ଗର ଫୋନ୍‌ ଉପଲବ୍ଧ ନାହିଁ।

ଆପଲ୍‌ର ଜଣେ ବିଶେଷଜ୍ଞ କହିଛନ୍ତି ଯେ ସବୁ କମ୍‌ମିକ୍ କମଳା ରଙ୍ଗର ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଶୀଘ୍ର ‌ବିକ୍ରି ହୋଇଯାଇଛି। ତେଣୁ ପ୍ରାକ୍-ବରାଦ ପାଇଁ ସେହି ମଡେଲ୍‌ ଉପଲବ୍ଧ ନ ଥିବା ଆମେ ଦୁଃଖର ସହ ଜଣାଉଛୁ। ଯଥାଶୀଘ୍ର ସେହି ରଙ୍ଗର ମଡେଲ୍‌ ଉପଲବ୍ଧ କରିବା ଲାଗି ଆମ ଟିମ୍ ଜୋରଦାର ପ୍ରୟାସ କରୁଥିବା ସେ କହିଛନ୍ତି। ଆପଲ୍ ପକ୍ଷରୁ ନିକଟରେ ଆଇଫୋନ୍ ୧୭ ସିରିଜ୍‌ ଉନ୍ମୋଚନ କରାଯାଇଥିଲା। ଏହି ସିରିଜ୍‌ରେ ଥିବା ବିଭିନ୍ନ ମଡେଲ୍‌ର ଦାମ୍ ୮୨,୯୦୦ ଟଙ୍କାରୁ ଆରମ୍ଭ ହୋଇ ୨,୨୯,୦୦୦ ଟଙ୍କା ମଧ୍ୟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe