ଓଡ଼ିଆ ଦମ୍ପତିଙ୍କ ନିଆରା ରେକର୍ଡ: କଟକର ଆଶିଷ, ପତ୍ନୀ ରୁଚିଙ୍କ ସଂସ୍ଥା ଏବେ ୟୁନିକର୍ଣ୍ଣ

Advertisment

ବିରଳ ସଫଳତା ପାଇଥିବା ପ୍ରଥମ ଦମ୍ପତି

ବିରଳ ସଫଳତା ପାଇଥିବା ପ୍ରଥମ ଦମ୍ପତି

ଓଡ଼ିଆ ଦମ୍ପତିଙ୍କ ନିଆରା ରେକର୍ଡ: କଟକର ଆଶିଷ, ପତ୍ନୀ ରୁଚିଙ୍କ ସଂସ୍ଥା ଏବେ ୟୁନିକର୍ଣ୍ଣ

ନୂଆଦିଲ୍ଲୀ: ଓଡ଼ିଆ ଦମ୍ପତି ଆଶିଷ ମହାପାତ୍ର ଓ ରୁଚି କାଲ୍‌ରା ବ୍ୟବସାୟ ଜଗତରେ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ନିଜ ନିଜ ଷ୍ଟାର୍ଟଅପ୍ ସଂସ୍ଥାକୁ ୟୁନିକର୍ଣ୍ଣରେ ପରିଣତ କରିବାରେ ସେମାନେ ସଫଳ ହୋଇଛନ୍ତି। ଏଭଳି ସଫଳତା ପାଇବାରେ ସେମାନେ ହେଉଛନ୍ତି ଦେଶର ପ୍ରଥମ ଦମ୍ପତି। ଯେଉଁ ଷ୍ଟାର୍ଟଅପ୍ ସଂସ୍ଥାର ମୂଲ୍ୟ ୧୦୦ କୋଟି ଡଲାର ହୋଇଯାଏ ତାହାକୁ ୟୁନିକର୍ଣ୍ଣ ବୋଲି କୁହାଯାଏ। ବର୍ଷକ ଭିତରେ ନିଜ ନିଜର ସଂସ୍ଥାକୁ ୟୁନିକର୍ଣ୍ଣରେ ପରିଣତ କରିବାରେ ଆଶିଷ ଓ ରୁଚି ବିରଳ ରେକର୍ଡ ସ୍ଥାପନ କରିଛନ୍ତି। କଟକର ଏସ୍‌ସିବି ମେଡିକାଲ୍ ପବ୍ଲିକ୍‌ ସ୍କୁଲ ଓ ରେଭେନ୍‌ସା କଲେଜରେ ପାଠ ପଢ଼ିଥିବା ଆଶିଷ ପରବର୍ତ୍ତୀ ସମୟରେ ଆଇଆଇଟି-ଖଡ଼ଗପୁର ଓ ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେ‌ସ୍‌ରେ ପାଠ ପଢ଼ିଥିଲେ।

୪୧ ବର୍ଷୀୟ ଆଶିଷ ହେଉଛନ୍ତି ‘ଅଫ୍‌ବିଜନେସ୍‌’ ନାମକ ସଂସ୍ଥାର ସହ ପ୍ରତିଷ୍ଠାତା। ସଫ୍ଟବ୍ୟାଙ୍କ ଭଳି ସଂସ୍ଥାରୁ ପାଣ୍ଠି ହାସଲ କରିବା ପରେ ତାହା ୟୁନିକର୍ଣ୍ଣରେ ପରିଣତ ହୋଇଛି। ତାଙ୍କ ପତ୍ନୀ ରୁଚି ମଧ୍ୟ ‘ଅକ୍ସିଜୋ ଫାଇନାନ୍ସିଆଲ୍ ସର୍ଭିସେସ୍‌’ ନାମକ ଏକ ସଂସ୍ଥାର ସହ ପ୍ରତିଷ୍ଠାତା। ଆଲ୍‌ଫା ୱେଭ୍ ଗ୍ଲୋବାଲ୍, ଟାଇଗର ଗ୍ଲୋବାଲ୍ ମ୍ୟାନେଜମେଣ୍ଟ୍‌, ନରୱେଷ୍ଟ ଭେଞ୍ଚର ପାର୍ଟନର୍ସ ଭଳି ସଂସ୍ଥା ଠାରୁ ଏହା ପାଣ୍ଠି ହାସଲ କରିଛି। ନିଜ ସ୍ବାମୀ ଓ ଅନ୍ୟ ତିନି ଜଣଙ୍କ ସହ ମିଶି ୨୦୧୭ରେ ସେ ଏହି ଷ୍ଟାର୍ଟଅପ୍ ସଂସ୍ଥା ଗଠନ କରିଥିଲେ। ଆଶିଷଙ୍କ ସଂସ୍ଥା ଅଫ୍‌ବିଜନେସ୍ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥାଗୁଡ଼ିକୁ ଇସ୍ପାତ, ଡିଜେଲ୍, ଖାଦ୍ୟଶସ୍ୟ ଏବଂ ଶିଳ୍ପ ରସାୟନ ସାମଗ୍ରୀ ଆଦି ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରୁଛି। ରୁଚିଙ୍କ ସଂସ୍ଥା ଅକ୍ସିଜୋ ହେଉଛି ଏକ ଡିଜିଟାଲ୍‌ ଋଣ ପ୍ରଦାନକାରୀ ସଂସ୍ଥା ଯାହା ପାଇଁ ୫୦୦ରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି। ମାକିନ୍‌ସେ ଆଣ୍ଡ୍ କୋ’ରେ କାର୍ଯ୍ୟ କରିବା ବେଳେ ଆଶିଷ ଓ ରୁଚିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଉଭୟ ଆଇଆଇଟି-ଖଡ଼ଗପୁରରେ ପାଠ ପଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe