ଓଏସଏଲ୍ ପ୍ରତିଷ୍ଠାତାଙ୍କୁ ଏକଜିମ୍ ଇଣ୍ଡିଆ ସିପିଂ ଟାଇମ୍ସ ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର

Advertisment
ଓଏସଏଲ୍ ପ୍ରତିଷ୍ଠାତାଙ୍କୁ ଏକଜିମ୍ ଇଣ୍ଡିଆ ସିପିଂ ଟାଇମ୍ସ ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର

ଭୁବନେଶ୍ୱର: ଭାରତୀୟ ସିପିଂ ଓ ସାମୁଦ୍ରିକ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଳ୍ପପତି ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ)ର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ସମ୍ମାନଜନକ ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’ପ୍ରଦାନ କରାଯାଇଛି । ୨୪ ଫେବ୍ରୁଆରୀ ୨୦୨୩ରେ ଦ ଲଳିତ ଗ୍ରେଟ ଇଷ୍ଟର୍ଣ୍ଣ, କୋଲକାତାରେ ଏକଜିମ ଇଣ୍ଡିଆ ସିପିଂ ଟାଇମ୍ସ ଦ୍ୱାରା ଆୟୋଜିତ ଇଷ୍ଟର୍ଣ୍ଣ ଷ୍ଟାର ଆୱାର୍ଡସ ୨୦୨୩ ଅବସରରେ ଅନୁଷ୍ଠିତ ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ ୨୦୨୩ର ଅଷ୍ଟମ ସଂସ୍କରଣ କାର୍ଯ୍ୟକ୍ରମରେ ଗୋପାଳ କ୍ରିଷ୍ଣା, ପୂର୍ବତନ ସଚିବ, ଜାହାଜ ଚଳାଚଳ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଏହି ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଏସଏଲ୍ ଗ୍ରୁପ ୨୦୨୩ ପାଇଁ ପୁଣିଥରେ ଷ୍ଟିଭେଡର୍ସ କମ୍ପାନୀ ଅଫ ଦ ଇୟର ପୁରସ୍କାର ହାସଲ କରିଛି । ଏହି ଅବସରରେ ଶ୍ରୀ ଚନ୍ଦନ ମିଶ୍ର, ନିର୍ଦ୍ଦେଶକ, ଓଏସଏଲ୍ ଗ୍ରୁପ ଏବଂ ଟିମ୍ ପୁରସ୍କାର ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଓଏସଏଲ୍ ଗ୍ରୁପର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe