ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’କୁ ଓଏସ୍‌ଏଲ୍‌ ପକ୍ଷରୁ ଆର୍ଥିକ ସହାୟତା

Advertisment
ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’କୁ ଓଏସ୍‌ଏଲ୍‌ ପକ୍ଷରୁ ଆର୍ଥିକ ସହାୟତା

 ଭୁବନେଶ୍ବର :  ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା  ‘ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଙ୍ଗଠନ’କୁ  ଓଏସଏଲ ଗ୍ରୁପ ପକ୍ଷରୁ କଟକ ଜିଲ୍ଲା ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।  ନିଜ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ବରୂପ କମ୍ପାନି ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଛି ।

ରାଜ୍ୟରେ ଥିବା ସ୍କୁଲ ମାନଙ୍କରେ ଭିତ୍ତିଭୂମି ଏବଂ ଗୁଣାତ୍ମକ ପରିବେଶ ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଉପକ୍ରମ ହେଉଛି ‘ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ’। ଓଡ଼ିଶାରେ ଏକ ପ୍ରମୁଖ ଓ ଦାୟିତ୍ବ ସମ୍ପନ୍ନ କମ୍ପାନୀଭାବେ ଏହାର ‘ଜିରୋଏଫ୍‌ ଇନିସିଏଟିଭ୍‌’ ଆଧାରରେ ଏଓଏସ୍‌ଏଲ୍‌ କ୍ରୀଡ଼ା, ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟଧାରା ପାଇଁ ୨୦ ଲକ୍ଷ ଟଙ୍କା ଯୋଗାଇ ଦେଇଛି। ଏହି ଅନୁଦାନ କେଉଁ ବିଦ୍ୟାଳୟରେ ବିନିଯୋଗ କରାଯିବ ତାହା ଜିଲ୍ଲା ସ୍ତରୀୟ କମିଟି (ଡିଏଲ୍‌ସି) ସ୍ଥିର କରିବ।

ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଏସ୍‌ଏଲ୍‌ ଇଷ୍ଟେଟ୍‌ ବିଭାଗର ମୁଖ୍ୟ ପି.କେ. ପଟ୍ଟନାୟକ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ଏହି ଅନୁଦାନବାବଦରେ ଚେକ୍‌ ପ୍ରଦାନ କରିଛନ୍ତି । ଏହି କାର୍ଯକ୍ରମରେ ରଶ୍ମିତା ମିଶ୍ର ଜିଲ୍ଲା ସଂଯୋଜକ ‘ମିଶନ୍‌ ଜିରୋଏଫ୍‌ ଇନିସିଏଟିଭ୍‌’ କଟକ ଉପସ୍ଥିତ ଥିଲେ । ଏହି ସହଯୋଗ ଓ ଅନୁଦାନ ସମ୍ପର୍କରେ ଓଏସ୍‌ଏଲ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ (ଏମ୍‌ଡି) ମହିମାନନ୍ଦ ମିଶ୍ର କହିଲେ, ‘ଓଡ଼ିଶାରେ ପିଲାମାନଙ୍କ ବିକାଶ ପାଇଁ ଓଏସ୍‌ଏଲ୍‌ ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ରାଜ୍ୟର ଉଜ୍ବଳଭବିଷ୍ୟତ ପାଇଁ ଏକ ବୃହତ୍ତର ପଦକ୍ଷେପ । ସାରା ରାଜ୍ୟରେ ସ୍କୁଲମାନଙ୍କରେ ଯେଉଁ ପରିବର୍ତ୍ତନ ଆସିପାରିଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ବରେ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କଳ୍ପେ କରାଯାଇଥିବା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe