ଓକ୍ରିଜ୍ ବିଶାଖାପାଟଣା ଛାତ୍ରୀଙ୍କୁ ମିଳିଲା ଷ୍ଟାନ୍‌ଫୋର୍ଡ ସିଟ୍‌

Advertisment
ଓକ୍ରିଜ୍ ବିଶାଖାପାଟଣା ଛାତ୍ରୀଙ୍କୁ ମିଳିଲା ଷ୍ଟାନ୍‌ଫୋର୍ଡ ସିଟ୍‌

ThePrint

ଭୁବନେଶ୍ବର: ଓକ୍ରିଜ ବିଶାଖାପାଟଣାର ଗ୍ରେଡ୍‌-୧୨ ଆଇବିଡିପିର ଛାତ୍ରୀ ପ୍ରକିର୍ତି କେ’ଙ୍କୁ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରେ ନାମଲେଖାଇବାର ସୁଯୋଗ ମିଳିଛି। ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ ପ୍ରକିର୍ତି ସବୁ ଅନଲାଇନ୍ ଓ ଅଫ୍‌ଲାଇନ୍ ପରୀକ୍ଷାରେ ସର୍ବାଧିକ ମାର୍କ ରଖୁଥିଲେ। ଏସ୍‌ଏଟିରେ ୧୬୦୦ରୁ ସେ ୧୫୬୦ ମାର୍କ ରଖିଥିଲେ। ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଲିଖିତି ପୁସ୍ତକ ‘ଇଣ୍ଡୋମିଟେବଲ୍ ସ୍ପିରିଟ୍‌’କୁ ସେ ନିଜର ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ତାଙ୍କ ସମ୍ପର୍କରେ ଓକ୍ରିଜ ସ୍କୁଲର ନିର୍ଦେଶକ ଅମିତ ଜୈନ କହିଛନ୍ତି ଯେ ଆଇବିଡିପିର ପ୍ରଥମ ବ୍ୟାଚ୍‌ ଛାତ୍ରୀ ଭାବେ ପ୍ରକିର୍ତି ପ୍ରମାଣ କରିଛନ୍ତି ଯେ କୌଣସି ସ୍ବପ୍ନ ବହୁତ ବଡ଼ ନୁହେଁ କିମ୍ବା ‌ସ୍ବପ୍ନ ଦେଖୁଥିବା କୌଣସି ବ୍ୟକ୍ତି ଛୋଟ ନୁହନ୍ତି। ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଅଣ୍ଡରଗ୍ରାଜୁଏଟ ନାମଲେଖା ପାଇଁ ପ୍ରତିବର୍ଷ ୫୦,୦୦୦ ପାଖାପାଖି ଆବେଦନ ଆସୁଥିବା ବେଳେ ନିଜର ଅସ‌ାଧାରଣ ନିଷ୍ଠା ଜରିଆରେ ପ୍ରକିର୍ତି ସିଟ୍ ହାସଲ କରିବାରେ ସଫଳ ହୋଇଛନ୍ତି। ସ୍କୁଲର ପ୍ରିନସିପାଲ ଶୈଳା ବାମିଡିପତି କହିଛନ୍ତି ଯେ ନିଜର ଆଗ୍ରହ, ସମୟ ପରିଚାଳନା ଓ ଶୃଙ୍ଖଳା ବଳରେ ସେ ସବୁ ଆହ୍ବାନକୁ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଷ୍ଟାନଫୋର୍ଡରେ ସେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ମ୍ୟାନେଜମେଣ୍ଟ୍‌ ପାଠ ପଢ଼ିବେ। ପ୍ରକିର୍ତିଙ୍କ ସଫଳତା ପାଇଁ ତାଙ୍କ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe