ଉତ୍ତରାଖଣ୍ଡ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା

Advertisment
ଉତ୍ତରାଖଣ୍ଡ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ଗ୍ଲୋବାଲ ନିବେଶକ ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଠିକ୍ ସମୟରେ ସବୁ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ନଭେମ୍ବର/ ଡିସେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ନିବେଶକ ସମ୍ମିଳନୀକୁ ଉଦ୍‌ଘାଟନ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଉନ୍ନତ ମାନବ ସମ୍ବଳ ସହିତ ଶିଳ୍ପ ସ୍ଥାପନ ଲାଗି ଅନୁକୂଳ ପରିବେଶ ରହିଛି। ରାଜ୍ୟକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ନୂଆ ଶିଳ୍ପ ନୀତି ପ୍ରସ୍ତୁତ କରାଯାଇଛି। ଏହି ନିବେଶକ ସମ୍ମିଳନୀ ଲାଗି ଉତ୍ତରାଖଣ୍ଡ ସରକାର ୨ଟି ବିଦେଶ ଏବଂ ୬ଟି ଜାତୀୟ ରୋଡ୍‌ ସୋ’ ଆୟୋଜନ କରିବେ। ମସୁରି ଓ ରାମନଗରରେ ମିନି କନ୍‌କ୍ଲେଭ୍ ବି ଆୟୋଜନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe