ଓୟୋ କୋଠରି ସଂଖ୍ୟା ୧୦ ହଜାର ଟପିବ, ରାଜ୍ୟର ଛୋଟ ସହରରେ ପହଞ୍ଚିବ

Advertisment
ଓୟୋ କୋଠରି ସଂଖ୍ୟା ୧୦ ହଜାର ଟପିବ, ରାଜ୍ୟର ଛୋଟ ସହରରେ ପହଞ୍ଚିବ

ଭୁବନେଶ୍ବର: ଓୟୋ ହୋଟେଲସ୍‌ ଆଣ୍ଡ୍ ହୋମସ୍‌ ଓଡ଼ିଶାକୁ ନେଇ ବଡ଼ ଯୋଜନା ପ୍ରସ୍ତୁତ କରିଛି। କଂପାନି ଏହାର ଓୟୋ କୋଠରି ସଂଖ୍ୟାକୁ ବର୍ଷକ ଭିତରେ ୧୦,୫୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ଗସ୍ତରେ ଆସିଥିବା କଂପାନିର ସିଇଓ ଆଦିତ୍ୟ ଘୋଷ କହିଛନ୍ତି, ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବଜାର ଏବଂ ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ୨୦୧୯ ଶେଷ ସୁଦ୍ଧା ଓୟୋ ଏହାର କୋଠରି ସଂଖ୍ୟାକୁ ଦ୍ବିଗୁଣିତ କରିବାକୁ ଚାହୁଛି। ଏବେ ରାଜ୍ୟରେ ଆମର ୩୩୦ରୁ ଅଧିକ ହୋଟେଲ୍‌ରେ ୫୪୦୦ କୋଠରି ରହିଛି। ୨୦୧୮ରେ ଆମ ପାଖରେ ୧୮୦୦ କୋଠରି ଥିଲା। ବର୍ଷକ ଭିତରେ ସେଥିରେ ବଡ଼ ଧରଣର ବୃଦ୍ଧି ହୋଇଛି। ହୋଟେଲ୍ ମାଲିକମାନେ ଆମ ସେବା ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏହା ସମ୍ଭବ ହୋଇଥିବା ସେ କହିଛନ୍ତି।

publive-image

ସେ କହିଲେ, ରାଜ୍ୟରେ ଓୟୋ କୋଠରି ସଂଖ୍ୟା ବଢ଼ାଇବା ପାଇଁ ଆମେ ନୂଆ ସହରରେ ପ୍ରବେଶ କରିବୁ। ପାରାଦୀପ, ତାଳଚେର, ‌ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ବଡ଼ବିଲ ଓ ବରଗଡ଼ରେ ଆମେ ‌ଅଧିକରୁ ଅଧିକ ହୋଟେଲ୍ ପାଖରେ ପହଞ୍ଚିବାକୁ ଚାହୁଛୁ। ବର୍ତ୍ତମାନ ଭୁବନେଶ୍ବର, ପୁରୀ, କଟକ, ରାଉରକେଲା, ଝାରସୁଗୁଡ଼ା, ବ୍ରହ୍ମପୁର ଓ ସମ୍ବଲପୁରରେ ଓୟୋ ବହୁତ ଭଲ କାରବାର କରୁଛି। କେବଳ ଭୁବନେଶ୍ବରରେ ଆମର ୧୯୬ଟି ହୋଟେଲରେ ୨୨୦୦ରୁ ଅଧିକ କୋଠରି ରହିଛି ବୋଲି ସେ କହିଛନ୍ତି। ବାତ୍ୟା ଫନି ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ହୋଟେଲ ସହଯୋଗୀମାନଙ୍କୁ ଓୟୋ ଆର୍ଥିକ ସହାୟତା ଯୋଗାଇ ଦେଉଛି। କ୍ୟାସ୍‌ ଇନ୍ ବ୍ୟାଙ୍କ ନାମକ ବ୍ୟବସ୍ଥା ଜରିଆରେ ଏହା ହୋଟେଲ୍ ମାଲିକମାନଙ୍କୁ ବନ୍ଧକ ମୁକ୍ତ ଅଗ୍ରୀମ ରାଶି ୪୮ ଘଣ୍ଟା ଭିତରେ ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

ସାରା ବିଶ୍ବର ୨୪ଟି ଦେଶରେ ଓୟୋ ପ୍ରବେଶ କରିସାରିଥିବା ବେଳେ ଏହାର କୋଠରି ସଂଖ୍ୟା ୭ ଲକ୍ଷରୁ ଅଧିକ ହୋଇସାରିଲାଣି। ଗତମାସରେ ଏହା ୭୦ ହଜାର ନୂଆ କୋଠରି ଯୋଡ଼ିଥିଲା। ଦକ୍ଷିଣ ଏସିଆରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଓୟୋ ୧୮୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଯୋଜନା ପ୍ରସ୍ତୁତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe