IndiaTV News
ନୂଆଦିଲ୍ଲୀ: ଭାରତ ଜନ୍ମିତ ସୁନ୍ଦର ପିଚାଇ ଓ ସତ୍ୟ ନାଦେଲାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯିବ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି ସେମାନଙ୍କ ନାମ ଘୋଷଣା କରାଯାଇଛି। ସତ୍ୟ ନାଦେଲା ମାଇକ୍ରୋସଫ୍ଟର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ସୁନ୍ଦର ପିଚାଇ ଗୁଗୁଲ୍ର ମୂଳ କମ୍ପାନି ଆଲଫାବଟେ୍ର ସିଇଓ ଅଛନ୍ତି। ଟିକା କମ୍ପାନି ସିରମ୍ ଇନଷ୍ଟିଚ୍ୟୁଟ୍ର ସାଇରସ ପୁନାୱାଲାଙ୍କୁ ମଧ୍ୟ ପଦ୍ମଭୂଷଣ ଉପାଧି ପ୍ରଦାନ କରାଯାଇଛି। ଆଜି ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ ୧୨୮ ଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଏମାନେ ରହିଛନ୍ତି।
Follow Us