ହଜ୍‌ କୋଟା ଫେରାଇଲା ପାକିସ୍ତାନ, ୭୫ ବର୍ଷରେ ପ୍ରଥମ ଘଟଣା

ହଜ୍‌ କୋଟା ଫେରାଇଲା ପାକିସ୍ତାନ, ୭୫ ବର୍ଷରେ ପ୍ରଥମ ଘଟଣା

Dawn

ଇସଲାମାବାଦ: ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଚଳିତ ବର୍ଷ ସାଉଦି ଆରବକୁ ହଜ କୋଟା ଫେରାଇଛି। ଗତ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଥିବାରୁ ଏଥର ଅଧିକାଂଶ ପାକିସ୍ତାନୀ ନାଗରିକ ହଜ୍ ଯିବା ଯୋଜନାକୁ ବାତିଲ କରିଛନ୍ତି। ପାକିସ୍ତାନ ହଜ୍ ପାଇଁ ଉଦ୍ଦିଷ୍ଟ ୮୦୦୦ ସିଟ୍ ଫେରାଇଥିବାରୁ ସେଠାକାର ସରକାର ୨୪ ନିୟୁତ ଡଲାର ସଞ୍ଚୟ କରିପାରିବେ। ଅର୍ଥନୀତିକୁ ସୁଧାରିବା ଲାଗି ପାକିସ୍ତାନ ସରକାର ଆଇଏମ୍ଏଫ୍‌ ସହିତ ଆଲୋଚନା ଜାରି ରଖିଛନ୍ତି। ନବମ ପର୍ଯ୍ୟାୟ ଆଲୋଚନା ଶେଷ ହେଲାଣି କିନ୍ତୁ ଆଇଏମ୍ଏଫ୍ ପାଣ୍ଠି ଦେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe