ପାକିସ୍ତାନ ଷ୍ଟକ୍‌ ବଜାର ଧରାଶାୟୀ: ସେନ୍‌ସେକ୍ସ, ନିଫ୍ଟିରେ ହ୍ରାସ

Advertisment

ଅପରେସନ ସିନ୍ଦୂର ପ୍ରଭାବରେ ଉଭୟ ଭାରତ ଓ ପାକିସ୍ତାନର ସେୟାର କାରବାର ଗୁରୁବାର ପ୍ରଭାବିତ ହୋଇଛି। ତେବେ ପାକିସ୍ତାନ ଷ୍ଟକ୍ ବଜାର ଧରାଶାୟୀ ହୋଇପଡ଼ିଛି। କାରଣ କରାଚି ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ କେଏସ୍‌ଏକ୍ସ-୧୦୦ରେ ୬ ପ୍ରତିଶତରୁ ଅଧିକ ହ୍ରାସ ହେବାରୁ...

ଅପରେସନ ସିନ୍ଦୂର ପ୍ରଭାବରେ ଉଭୟ ଭାରତ ଓ ପାକିସ୍ତାନର ସେୟାର କାରବାର ଗୁରୁବାର ପ୍ରଭାବିତ ହୋଇଛି। ତେବେ ପାକିସ୍ତାନ ଷ୍ଟକ୍ ବଜାର ଧରାଶାୟୀ ହୋଇପଡ଼ିଛି। କାରଣ କରାଚି ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ କେଏସ୍‌ଏକ୍ସ-୧୦୦ରେ ୬ ପ୍ରତିଶତରୁ ଅଧିକ ହ୍ରାସ ହେବାରୁ...

scscsc

Photograph: ( CNBC TV18)

ମୁମ୍ବାଇ: ଅପରେସନ ସିନ୍ଦୂର ପ୍ରଭାବରେ ଉଭୟ ଭାରତ ଓ ପାକିସ୍ତାନର ସେୟାର କାରବାର ଗୁରୁବାର ପ୍ରଭାବିତ ହୋଇଛି। ତେବେ ପାକିସ୍ତାନ ଷ୍ଟକ୍ ବଜାର ଧରାଶାୟୀ ହୋଇପଡ଼ିଛି। କାରଣ କରାଚି ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ କେଏସ୍‌ଏକ୍ସ-୧୦୦ରେ ୬ ପ୍ରତିଶତରୁ ଅଧିକ ହ୍ରାସ ହେବାରୁ, ବାଧ୍ୟ ହୋଇ ଅଧାରୁ କାରବାର ବନ୍ଦ କରିଦିଆଯାଇଥିଲା। ଗତକାଲି ସେଥିରେ ୩ ପ୍ରତିଶତ ହ୍ରାସ ହୋଇଥିଲା। ଗତ ଏପ୍ରିଲ୍‌ ୨୨ରେ ପହଲଗାମ ଆତଙ୍କୀ ଆକ୍ରମଣ ପରଠାରୁ କରାଚି ଷ୍ଟକ୍ ଏକ୍ସଚେଞ୍ଜର ସୂଚୀ ଲଗାତାର ଭାବେ ତଳକୁ ଖସୁଛି। 

ପାକିସ୍ତାନ ତୁଳନାରେ ଭାରତୀୟ ଷ୍ଟକ୍‌ ବଜାର ଅପେକ୍ଷାକୃତ ସ୍ଥିର ରହିଛି। ଗତକାଲି ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ବୃଦ୍ଧି ପାଇଥିଲା। ଆଜି କିନ୍ତୁ ସ୍ଥିତି ବଦଳିଯାଇଛି। ସେନ୍‌ସେକ୍ସ ୪୧୧ ପଏଣ୍ଟ ହ୍ରାସ ପାଇ ୮୦,୩୩୪ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସ୍‌ନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୪୦ ପଏଣ୍ଟ ହ୍ରାସ ପାଇ ୨୪,୨୭୩ ପଏଣ୍ଟକୁ ଖସିଆସିଛି। ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୫ ଲକ୍ଷ କୋଟି ଟଙ୍କା ହରାଇଥିବା ଆକଳନ କରାଯାଇଛି। ନିବେଶକମାନେ ବ୍ୟାଙ୍କ, ଏଫ୍‌ଏମ୍‌ସିଜି କମ୍ପାନି ଓ ଅଟୋମୋବାଇଲ୍‌ କ୍ଷେତ୍ରର ସେୟାର ଅଧିକ ବିକ୍ରି କରିଥିଲେ। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଓ ମାରୁତିର ସେୟାର ମୂଲ୍ୟ କମିଥିବା ବେଳେ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ ଟାଇଟାନ୍‌ର ସେୟାର ମୂଲ୍ୟ ବଢ଼ିଛି।

ଦୁର୍ବଳ ହେଲା ଟଙ୍କା‌

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଭିତରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇପଡ଼ିଛି। ଗୋଟିଏ ଦିନରେ ଏହା ୧ ପ୍ରତିଶତ ଦୁର୍ବଳ ହୋଇଛି। ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ବେଳକୁ ଟଙ୍କା ସ୍ଥିତି ଦୃଢ଼ ଥିଲା। ମାତ୍ର ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ଭାରତ ପ୍ରତିହତ କରିଥିବା ଖବର ପ୍ରଚାର ହେବା ପରେ ତାହା ଦୁର୍ବଳ ହେବାରେ ଲାଗିଲା। କାରବାର ଶେଷ ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୫ ଟଙ୍କା ୭୧ ପଇସା ହୋଇଯାଇଛି। ଶେଷ ଥର ପାଇଁ ୨୦୨୩ ଫେବ୍ରୁ୍ଆରିରେ ଟଙ୍କା ଏଭଳି ଦୁର୍ବଳ ସ୍ତରକୁ ଖସିଥିଲା। ଉତ୍ତେଜନା ଲାଗି ରହିଲେ ଟଙ୍କା ମୂଲ୍ୟ ୮୬ ଟଙ୍କା ୫୦ ପଇସା ସ୍ତରକୁ ଖସିଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଗକୁ ସ୍ଥିତି ଖରାପ ହେବା ଆଶଙ୍କା କରି ଆମଦାନିକାରୀମ‌ାନେ ଡଲାର କିଣିବା ଆରମ୍ଭ କରିଦେଇଛନ୍ତି। ତାହାର ପ୍ରଭାବରେ ଚାହିଦା ବଢ଼ିବା ସହ ଡଲାର ମହଙ୍ଗା ହେଉଛି ଓ ଟଙ୍କା ଦୁର୍ବଳ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe