ପାକ୍‌ ନିବେଶକଙ୍କ ୮୨,୦୦୦ କୋଟି କ୍ଷତି: ସେନ୍‌ସେକ୍ସ ୮୮୦ ପଏଣ୍ଟ ଖସିଲା

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପ୍ରଭାବରେ ଗତାକଲି ସୁଦ୍ଧା‌ ଚାରି ଦିନ ଲଗାତାର ଭାବେ ହ୍ରାସ ପାଇବା ପରେ ପାକିସ୍ତାନର ଷ୍ଟକ୍ ବଜାର କାରବାରରେ ଆଜି ସୁଧାର ଘଟିଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପ୍ରଭାବରେ ଗତାକଲି ସୁଦ୍ଧା‌ ଚାରି ଦିନ ଲଗାତାର ଭାବେ ହ୍ରାସ ପାଇବା ପରେ ପାକିସ୍ତାନର ଷ୍ଟକ୍ ବଜାର କାରବାରରେ ଆଜି ସୁଧାର ଘଟିଛି।

sensex66

ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପ୍ରଭାବରେ ଗତାକଲି ସୁଦ୍ଧା‌ ଚାରି ଦିନ ଲଗାତାର ଭାବେ ହ୍ରାସ ପାଇବା ପରେ ପାକିସ୍ତାନର ଷ୍ଟକ୍ ବଜାର କାରବାରରେ ଆଜି ସୁଧାର ଘଟିଛି। କରାଚି ଷ୍ଟକ୍ ଏକ୍ସଚେଞ୍ଜ ସୂଚୀ କେଏସ୍‌ଇ-୧୦୦ ଆଜି ୧୦୨୬ ପଏଣ୍ଟ ବୃଦ୍ଧି ପାଇ ୧,୦୩,୭୦୦ ପଏଣ୍ଟରେ ବନ୍ଦ ହୋଇଛି। ତେବେ ଗତ ଚାରିଦିନରେ ଘଟିଥିବା ହ୍ରାସ ପ୍ରଭାବରେ ପାକିସ୍ତାନୀ ନିବେଶକମାନେ ୮୨,୦୦୦ କୋଟି ଟଙ୍କା ହରାଇଛନ୍ତି। ଗତ ଏପ୍ରିଲ୍‌ରେ କେଏସ୍‌ଇ-୧୦୦ ସୂଚୀ ଏହାର ସର୍ବୋଚ୍ଚ ସ୍ତର ୧,୨୦,୭୯୬ ପଏଣ୍ଟରେ ପହଞ୍ଚିଥିଲା। ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କୀ ଆକ୍ରମଣ ପରଠାରୁ ତାହା ଲଗାତାର ଭାବେ ତଳକୁ ଖସି ପ୍ରାୟ ୧୩,୦୦୦ ପଏଣ୍ଟ ହରାଇଛି। ତେବେ, ଭାରତରେ ଶୁକ୍ରବାର, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୮୦ ପଏଣ୍ଟ ତଳକୁ ଖସି ୭୯,୪୫୪ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୬୫ ପଏଣ୍ଟ ହ୍ରାସ ପାଇ ୨୪,୦୦୮ ପଏଣ୍ଟକୁ ଖସିଆସିଛି। ଗତକାଲି ମଧ୍ୟ ସେନ୍‌ସେକ୍ସ ଓ ନିଫ୍ଟି ତଳକୁ ଖସିଥିଲା। 

ଏହି ଦୁଇ ଦିନରେ ଭାରତୀୟ ନିବେଶକମାନେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ହରାଇଥିବା ଆକଳନ କରାଯାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଇସିଆଇସିଆଇ ବ୍ୟାଙ୍କ, ପାୱାରଗ୍ରିଡ୍, ଅଲ୍‌ଟ୍ରାଟେକ୍ ସିମେଣ୍ଟ, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ବଜାଜ ଫିନ୍‌ସର୍ଭ, ଆଦାନୀ ପୋର୍ଟସ୍, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଓ ଏନ୍‌ଟିପିସିର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହି ସମୟରେ ଟାଇଟାନ୍, ଏଲ୍‌ଆଣ୍ଡ୍‌ଟି, ଟାଟା ମୋଟର୍ସ, ଷ୍ଟେଟ୍‌ ବ୍ୟାଙ୍କ ଓ ଏସିଆନ୍ ପେଣ୍ଟସ୍‌ ସେୟାର ମୂଲ୍ୟ ବଢ଼ିଛି। ଜିଓଜିତ ଇନଭେଷ୍ଟମେଣ୍ଟ ଲିମିଟେଡ୍‌ର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି ଯେ ଖୁଚୁରା ନିବେଶକମାନେ ସାମାନ୍ୟ ସତର୍କ ହୋଇପଡ଼ିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe