ପାକିସ୍ତାନର ଘନଘନ ସାଇବର୍‌ ଆକ୍ରମଣ: ଟାର୍ଗେଟ୍‌ରେ ପ୍ରମୁଖ ଅନୁଷ୍ଠାନ

Advertisment

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ପାକିସ୍ତାନୀ ହ୍ୟାକର୍‌ମାନେ ଭାରତ ଉପରେ ଘନ ଘନ ସାଇବର୍ ଆକ୍ରମଣ ଜାରି ରଖିଛନ୍ତି।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ପାକିସ୍ତାନୀ ହ୍ୟାକର୍‌ମାନେ ଭାରତ ଉପରେ ଘନ ଘନ ସାଇବର୍ ଆକ୍ରମଣ ଜାରି ରଖିଛନ୍ତି।

cyber

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ପାକିସ୍ତାନୀ ହ୍ୟାକର୍‌ମାନେ ଭାରତ ଉପରେ ଘନ ଘନ ସାଇବର୍ ଆକ୍ରମଣ ଜାରି ରଖିଛନ୍ତି। ସେମାନେ ଭାରତର କମ୍ପ୍ୟୁଟର, ଲାପ୍‌ଟପ୍ ଓ ସ୍ମାର୍ଟଫୋନ୍‌ଗୁଡ଼ିକୁ ଟାର୍ଗେଟ୍‌ କରୁଛନ୍ତି। ପିଡିଏଫ୍‌ ଫାଇଲ୍‌ ପଠାଇ ସେମାନେ ଶିକାର କରିବାକୁ ଉଦ୍ୟମ କରୁଛନ୍ତି। ଟ୍ରାନ୍ସପାରେଣ୍ଟ ଟ୍ରାଇବ୍‌ସ ନାମକ ପାକିସ୍ତାନର ଏକ ହ୍ୟାକିଂ ଗ୍ରୁପ୍ ‘କ୍ରିମ୍‌ସନ୍‌ରୢାଟ୍‌’ ମାଲ୍‌ୱେର୍‌କୁ ଭାରତ ପଠାଇ ସାଇବର୍ ଆକ୍ରମଣ କରିବାକୁ ଉଦ୍ୟମ କରୁଛି। ସେମାନେ ପଠାଉଥିବା ପିଡିଏଫ୍‌ ଫାଇଲ୍‌ ଏକ ସରକାରୀ ଫାଇଲ୍‌ ଭଳି ଦେଖାଯାଉଛି। କିନ୍ତୁ ସେଥିରେ ଫିସିଂ ଲିଙ୍କ୍‌ ରହିଛି। ଯେଉଁମାନେ ‌ସେହି ଫାଇଲ୍‌ ଖୋଲିବେ, ସେମାନଙ୍କ ଡିଭାଇସ୍‌ ସାଇବର୍‌ ଆକ୍ରମଣର ଶିକାର ହେବା ସମ୍ଭାବନା ରହିଛି। ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଫାଇଲ୍‌ ନାମରେ ପହଲଗାମ ଆତଙ୍କୀ ହମ୍‌ଲା ଅପ୍‌ଡେଟ୍‌ ଭଳି ବାକ୍ୟ ଲେଖାଯାଉଛି। 

ପାକିସ୍ତାନୀ ହ୍ୟାକର୍‌ମାନେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ସାଇବର୍ ଆକ୍ରମଣ କରିସାରିଲେଣି। ସେମାନେ ପ୍ରତିରକ୍ଷା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଟେଲିଯୋଗାଯୋଗ, ପରିବହନ କ୍ଷେତ୍ରର ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ କରୁଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଡିଭାଇସ୍‌ ହ୍ୟାକ୍‌ କରି ସମ୍ବେଦନଶୀଳ ତଥ୍ୟ ଚୋରାଇବା ଓ ଗୁଇନ୍ଦାଗିରି କରିବା। ସେନା ବାହିନୀର ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟସେବା ସମ୍ପର୍କିତ ତଥ୍ୟ ଚୋରାଇବାକୁ ମଧ୍ୟ ସେମାନେ ଉଦ୍ୟମ କରୁଛନ୍ତି। ଗତ ଏପ୍ରିଲ୍‌ ୨୮ ପରଠାରୁ ପାକିସ୍ତାନୀ ହ୍ୟାକରଙ୍କ ସାଇବର ଆକ୍ରମଣ ଜୋରଦାର ହୋଇଛି। ସେମାନେ ରାଜସ୍ଥାନର ପୌରସଂସ୍ଥା, ଶିକ୍ଷା ବିଭାଗ ୱେବସାଇଟ୍‌ ହ୍ୟାକ୍ କରିବାକୁ ଉଦ୍ୟମ କରିଥିଲେ। ରାଣୀକ୍ଷେତ ଓ ଶ୍ରୀନଗରରେ ଥିବା ଆର୍ମି ପବ୍ଲିକ୍ ସ୍କୁଲ୍‌ର ୱେବସାଇଟ୍‌ ହ୍ୟାକ୍ କରି ତାହାକୁ ଡାଉନ୍ କରିବାକୁ ପ୍ରୟାସ କରିଥିଲେ। ଆର୍ମି ସ୍କୁଲ୍‌ ୱେବସାଇଟ୍‌ ହ୍ୟାକ୍ କରିବାକୁ ସେମାନେ କରିଥିବା ଉଦ୍ୟମରେ ବିଶେଷ ସଫଳତା ପାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe