ଏହି ଘୋଷଣା ପରେ କମିପାରେ ଖାଇବା ତେଲର ଦର

Advertisment
ଏହି ଘୋଷଣା ପରେ କମିପାରେ ଖାଇବା ତେଲର ଦର

photo-leaftv

ନୂଆଦିଲ୍ଲୀ: ଖାଇବା ତେଲ ଦର ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଏହା ସାଧାରଣ ଖାଉଟିଙ୍କ ବଜେଟ ବିଗାଡ଼ିବା ସହ ମୁଦ୍ରାସ୍ପୀତିକୁ ଆହୁରି ବଢାଇବାର ଆଶଙ୍କା ରହିଛି । ତେବେ ଆଜି ଇଣ୍ଡୋନେସିଆ ସରକାର ଏକ ବଡ ଘୋଷଣା କରିଛନ୍ତି, ଯାହାକି ଭାରତ ଭଳି ପାମୋଲିନ ତେଲ ଆମଦାନୀ କରୁଥିବା ଦେଶ ପାଇଁ ଆଶ୍ବସ୍ତି ଆଣିଛି | ବାସ୍ତବରେ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବାକୁ ଇଣ୍ଡୋନେସିଆ ଘୋଷଣା କରିଛି। ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି ଯେ ଏହି ପ୍ରତିବନ୍ଧକ ଆସନ୍ତା ୨୩ ତାରିଖ ସୋମବାରଠାରୁ ହଟାଯିବ। ଭାରତ ଏହି ନିଷ୍ପତ୍ତିର ଲାଭ ପାଇବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ଭାରତ ନିଜ ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ବିଦେଶରୁ ଆମଦାନୀ କରିଥାଏ । କିନ୍ତୁ ୟୁକ୍ରେନ ଯୁଦ୍ଧ ଓ ଇଣ୍ଡୋନେସିଆ ଦ୍ବାରା ରପ୍ତାନି କଟକଣା ଯୋଗୁଁ ଦର ହଠାତ ବଢିଯାଇଛି । ଯେହେତୁ ଇଣ୍ଡୋନେସିଆ ଘରୋଇ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଦେଶକୁ ପାମ ତେଲ ରପ୍ତାନି କରିବାକୁ ମନା କରିଦେଇଥିଲା, ତେଣୁ ଖାଇବା ତେଲ ମୂଲ୍ୟ ବଢିଯାଇଥିଲା। ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ଇଣ୍ଡୋନେସିଆ ମେ ୨୩ରୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଉଠାଇବାକୁ ଘୋଷଣା କରିଛି |

ଉଲ୍ଲେଖ ଥାଉ କି ଖାଦ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତରେ ଏବେ ୨.୧ ନିୟୁତ ଟନ ଖାଇବା ତେଲ ଗଚ୍ଛିତ ଅଛି, ଯାହାକି ମେ ମାସର ଆବଶ୍ୟକତା ମେଣ୍ଟାଇବ । ଆହୁରି ୧.୫ ନିୟୁତ ଟନ ଆମଦାନୀ ହୋଇ ଆସୁଛି । ଏଣୁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଦେଶରେ ଖାଇବା ତେଲର ଅଭାବ ରହିବ ନାହିଁ । ତେବେ କଟକଣା ହଟିବାକୁ ଥିବାରୁ ତେଲ ଆମଦାନୀ ହୋଇପାରିବ ବୋଲି ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe