ଓଡ଼ିଶାରେ ପ୍ରସ୍ତୁତ ‘ପମା ଟି’ ବଜାରକୁ ପ୍ରବେଶ, ପ୍ରଥମ ଦଫାରେ ୧୦ ଜିଲ୍ଲାରେ ହେବ ବିତରଣ

Advertisment
ଓଡ଼ିଶାରେ ପ୍ରସ୍ତୁତ ‘ପମା ଟି’ ବଜାରକୁ ପ୍ରବେଶ, ପ୍ରଥମ ଦଫାରେ ୧୦ ଜିଲ୍ଲାରେ ହେବ ବିତରଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତୁତ ‘ପମା ଟି’ ରବିବାର ବଜାରକୁ ପ୍ରବେଶ କରିଛି। ପ୍ରଥମ ଦଫାରେ ଏହା ରାଜ୍ୟର ୧୦ ଜିଲ୍ଲାରେ ବିତରଣ ହେବ। ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଗଂଜାମ, ଗଜପତି, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ବିତରଣ ଆରମ୍ଭ କରାଯିବ। ରାଜ୍ୟର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ପମା ଇନଫୋସଲ୍ୟୁସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ଚା’ ‘ପମା ଟି’ ପ୍ରବେଶ କରିଛି। କମ୍ପାନି ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଡକଲ୍‌ ଅଡିଟୋରିୟମ୍‌ରେ ରବିବାର ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା, ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ ଓ ପମା ଇନଫୋସଲ୍ୟୁସନ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ପ୍ରଣୟ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ‘ପମା ଟି’ର ବଜାର ପ୍ରବେଶ କରାଯାଇଛି।

ଲୋକଙ୍କ ଚା’ ପ୍ରତି ଥିବା ଆଗ୍ରହ ଓ ବଜାର ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଚା’ର ଗୁଣବତ୍ତା ବଜାୟ ରଖିବା ଏବଂ ପ୍ୟାକିଙ୍ଗ ସମୟରେ ହାଇଜିନିକ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ଏକ ଦୀର୍ଘ ଅନୁସନ୍ଧାନ କରାଯିବା ପରେ ‘ପମା ଟି’ ଓଡ଼ିଶାରେ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଏମ୍‌ଡି ମହାପାତ୍ର କହିଛନ୍ତି।

publive-image

ଦେଶର ଉତ୍ତର ପୂର୍ବାଞ୍ଚଳ ଓ ମୁଖ୍ୟତଃ ପଶ୍ଚିମବଙ୍ଗର ଦାର୍ଜିଲିଙ୍ଗରୁ କଂଚାମାଳ ସଂଗୃହୀତ ହୋଇ ଚନ୍ଦକା ଶିଳ୍ପାଂଚଳ ଠାରେ ପ୍ରତିଷ୍ଠା କରାଯାଇଥିବା ମାନୁଫ୍ୟାକ୍ଚରିଙ୍ଗ ହବ୍‌ରେ ସଂପୂର୍ଣ୍ଣ ଆଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ମେସିନ ମାଧ୍ୟମରେ ଚା’ ପ୍ରସ୍ତୁତି ହୋଇ ପ୍ୟାକେଜିଙ୍ଗ କରାଯାଇଥାଏ। ଏଠାରେ ଦୈନିକ ୨୫ ଶହ କିଲୋ ଉତ୍ପାଦନ କରୁଛି। ‘ପମା ଟି’ର ବଜାରରେ ୫୦ ଗ୍ରାମ, ୧୦୦ଗ୍ରାମ, ୨୫୦ ଗ୍ରାମ, ୫୦୦ ଗ୍ରାମ ଏବଂ ୧ କିଲେ ପ୍ୟାକେଟରେ ବଜାରରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe