ଆଧାର ଥିଲେ ୧୦ ମିନିଟ୍‌ରେ ମିଳିବ ପାନ୍

Advertisment
ସେପ୍ଟେମ୍ବର ୩୦ରେ ଶେଷ ହେଉଛି ଆଧାର-ପ୍ୟାନ ଲିଙ୍କ କରିବାର ଶେଷ ତାରିଖ, କିପରି ଜାଣିବେ ଆଧାର ଲିଙ୍କ୍ ଷ୍ଟାଟସ୍ ?

ନୂଆଦିଲ୍ଲୀ: ଆଧାର କାର୍ଡ ଥିଲେ ୧୦ ମିନିଟ୍‌ରେ ଅନ୍‌ଲାଇନ୍‌ରେ ପାନ୍ ମିଳିଯିବ। ଏଥିପାଇଁ ଆୟକର ବିଭାଗ ତରଫରୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି। ପାନ୍ କାର୍ଡ ପାଇଁ ଆବେଦନ କରିବା ଲାଗି ଦୁଇ ପୃଷ୍ଠାର ଫର୍ମ ପୂରଣ କରିବାକୁ ପଡ଼ୁଥିଲା ଏବଂ କାର୍ଡ ପାଇବା ଲାଗି ମାସେ ଅପେକ୍ଷା କରିବାକୁ ପଡ଼ୁଥିଲା। ମାତ୍ର ୧୦ ମିନିଟ୍‌ରେ ପାନ୍ କାର୍ଡ ପାଇବାକୁ ହେଲେ ଆୟକର ବିଭାଗ ୱେବସାଇଟ୍‌ରେ ଥିବା ‘ଇନଷ୍ଟାଣ୍ଟ୍‌ ପାନ୍ ଥ୍ରୁ ଆଧାର’ ଉପରେ କ୍ଲିକ୍ କରିବାକୁ ହେବ। ସେଥିରେ ଆଧାର ନମ୍ବର ଦେବା ମାତ୍ରେ ପଞ୍ଜୀକୃତ ହୋଇଥିବା ଫୋନ୍‌ ନମ୍ବରରେ ଏକ ଓଟିପି ଯିବ। ସେହି ଓଟିପି ଦେବା ପରେ ଅନ୍‌ଲାଇନ୍‌ରେ ଇ-ପାନ୍ ଜାରି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe