୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସ୍ୱର୍ଣ୍ଣ ଅଳଙ୍କାର କିଣିଲେ ବି ପାନ୍‌କାର୍ଡ ଅନାବଶ୍ୟକ

Advertisment
୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସ୍ୱର୍ଣ୍ଣ ଅଳଙ୍କାର କିଣିଲେ ବି ପାନ୍‌କାର୍ଡ ଅନାବଶ୍ୟକ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା କର (ଜିଏସ୍‌ଟି)କାଉନ୍‌ସିଲର ୨୮ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବା ସହ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ବୈଠକରେ ଛୋଟ ବ୍ୟବସାୟୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରତିମାସରେ ରିଟର୍ଣ୍ଣ ଭରିବା ନିୟମକୁ କୋହଳ କରାଯାଇଛି। ଦେଢ଼କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣ୍ଣଓଭରରେ ପ୍ରତିମାସରେ ରିଟର୍ଣ୍ଣ ଭରିବାର ନିୟମ ଥିଲା, ଯାହାକୁ ତ୍ରୟମାସିକ କରି ଦିଆଯାଇଛି।

publive-imageଏତଦ୍‌ବ୍ୟତୀତ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ସ୍ୱର୍ଣ୍ଣଅଳଙ୍କାର କିଣିବାରେ ପାନ୍‌ କାର୍ଡ ଅନିବାର୍ଯ୍ୟ ନିୟମକୁ ହଟାଇ ଦିଆଯାଇଛି। ସରକାର ମୂଲ୍ୟବାନ୍‌ ଜେମ୍ସ ଆଉ ଅଳଙ୍କାର ଉପରେ ଜିଏସ୍‌ଟି ଲାଗୁ କରିନାହାନ୍ତି। ଖୁବ୍‌ ଶୀଘ୍ର ଏହାର ଅଧିସୂଚନା ଜାରି କରାଯିବ। ଜିଏସ୍‌ଟି କାଉନ୍‌ସିଲଙ୍କ ନିଷ୍ପତ୍ତି ମୁତାବକ, ଏଣିକି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱର୍ଣ୍ଣଅଳଙ୍କାର କ୍ରୟ କଲେ ପାନ୍‌ ନମ୍ବର ଅନିବାର୍ଯ୍ୟ କରାଯାଇଛି। ଜିଏସ୍‌ଟି କାଉନ୍‌ସିଲ ଅଗଷ୍ଟ ୨୩ରେ ଜାରି କରିଥିବା ଅଧିସୂଚନାକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏତଦ୍‌ବ୍ୟତୀତ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ସ୍ୱର୍ଣ୍ଣଅଳଙ୍କାର କିଣିବାରେ ପାନ୍‌ କାର୍ଡ ଅନିବାର୍ଯ୍ୟ ନିୟମକୁ ହଟାଇ ଦିଆଯାଇଛି। ସରକାର ମୂଲ୍ୟବାନ୍‌ ଜେମ୍ସ ଆଉ ଅଳଙ୍କାର ଉପରେ ଜିଏସ୍‌ଟି ଲାଗୁ କରିନାହାନ୍ତି। ଖୁବ୍‌ ଶୀଘ୍ର ଏହାର ଅଧିସୂଚନା ଜାରି କରାଯିବ। ଜିଏସ୍‌ଟି କାଉନ୍‌ସିଲଙ୍କ ନିଷ୍ପତ୍ତି ମୁତାବକ, ଏଣିକି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱର୍ଣ୍ଣଅଳଙ୍କାର କ୍ରୟ କଲେ ପାନ୍‌ ନମ୍ବର ଅନିବାର୍ଯ୍ୟ କରାଯାଇଛି। ଜିଏସ୍‌ଟି କାଉନ୍‌ସିଲ ଅଗଷ୍ଟ ୨୩ରେ ଜାରି କରିଥିବା ଅଧିସୂଚନାକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଜୁନ୍‌ ୩୦ ମଧ୍ୟରାତିରୁ ଜମ୍ମୁ-କଶ୍ମୀରକୁ ବାଦ ଦେଇ ସମଗ୍ର ଦେଶରେ ଲାଗୁ ହୋଇଥିଲା। ଜିଏସ୍‌ଟି ଜରିଆରେ ୨୦ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ ଜିଏସ୍‌ଟିରୁ ବାହାରେ ରଖାଯାଇଥିଲା। ଏଥିସହିତ ୭୫ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ ଜିଏସ୍‌ଟି କୋହଳ କରାଯାଇଥିଲା, କିନ୍ତୁ ଜିଏସ୍‌ଟି ଲାଗୁ ହେବାର ତିିନିମାସ ପରେ ଲୋକମାନଙ୍କ ଅସୁବିଧାକୁ ଦେଖି ଜିଏସ୍‌ଟି ନିୟମରେ ସଂଶୋଧନ ଆଣିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।

ଜିଏସ୍‌ଟି କାଉନ୍‌ସିଲ ସମସ୍ତ ସାମଗ୍ରୀ ଓ ସେବାକରକୁ ଚାରିଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ଯଥା (୫ପ୍ରତିଶତ, ୧୨ପ୍ରତିଶତ, ୧୮ପ୍ରତିଶତ ଓ ୨୮ପ୍ରତିଶତ)। କାଉନ୍‌ସିଲ ୧୨୦୧୧ ସାମଗ୍ରୀକୁ ୪ଟି ବର୍ଗରେ ରଖିଛନ୍ତି। ଜୁନ୍‌ ୩୦ ମଧ୍ୟରାତିରେ ସଂସଦ ଭବନରେ ଆୟୋଜିତ ଲଞ୍ଚିଂ ସମାରୋହରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ତତ୍କାଳୀନ ଉପରାଷ୍ଟ୍ରପତି ହାମିତ ଅନ୍‌ସାରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ଅଧ୍ୟକ୍ଷ ସୁମିତ୍ର ମହାଜନ, ତତ୍କାଳୀନ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଜେ.ଏସ୍‌.ଖେହର, ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସମେତ ଅଧିକାଂଶ କେନ୍ଦ୍ର ମନ୍ତ୍ରୀ ବି ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe