ଏଣିକି ମୋବାଇଲ୍‌ର ପାନିକ ବଟମ୍‌ ଜରିଆରେ ଅସୁବିଧାରେ ପଡ଼ିଥିବା ମହିଳାଙ୍କୁ ତୁରନ୍ତ ମିଳିବ ସାହାଯ୍ୟ

Advertisment
ଏଣିକି ମୋବାଇଲ୍‌ର ପାନିକ ବଟମ୍‌ ଜରିଆରେ ଅସୁବିଧାରେ ପଡ଼ିଥିବା ମହିଳାଙ୍କୁ ତୁରନ୍ତ ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ମୋବାଇଲ ଫୋନ୍‌ରେ ପାନିକ୍‌ ବଟନ୍‌ର ପରୀକ୍ଷଣ ଜାନୁଆରି ୨୬ ତାରିଖରୁ ଉତ୍ତରପ୍ରଦେଶରେ ଆରମ୍ଭ ହେବାକୁ ଯାଉଛି। ପାନିକ୍‌ ବଟମ ଜରିଆରେ ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ ପାଇ ପାରିବେ। ଏହି ପାନିକ୍‌ ବଟମ୍‌ର କେତେକ ପରୀକ୍ଷଣ ସଫଳ ହେବା ପରେ ଏହାକୁ ପ୍ରଥମ ଥର ଉତ୍ତର ପ୍ରଦେଶରେ ଆରମ୍ଭ କରାଯିବ। ପରେ ଦେଶର ଅନ୍ୟସ୍ଥାନମାନଙ୍କରେ ଏହି ଯୋଜନା ଲାଗୁ କରାଯିବ।

publive-image

ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ମେନକା ଗାନ୍ଧିଙ୍କ କହିବାନୁସାରେ, ଉତ୍ତର ପ୍ରଦେଶର ପ୍ରଥମଥର ପାଇଁ ଏହି ପାନିକ ବଟମର ପରୀକ୍ଷଣ କରାଯିବ। ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ପାନିକ ବଟମ୍‌କୁ ଏମାଜେନ୍ସି ରେସ୍‌ପନ୍ସ ସିଷ୍ଟମ ସହିତ ଯୋଡ଼ା ଯିବ। ଏହାକୁ ନେଇ ଉତ୍ତରପ୍ରଦେଶରେ କାମ ଶେଷ ମଧ୍ୟ ହୋଇସାରିଛି। ଏଥିପାଇଁ ବ୍ୟବହାକାରୀ ତାଙ୍କ ସ୍ମାର୍ଟଫୋନ୍‌ରେ ଏକ ଆପ୍‌ ଡାଉନ୍‌ଲୋଡ କରିବାକୁ ପଡ଼ିବ। ଏହାପରେ ଯାଇ ପାନିକ ବଟମ୍‌ ତାର କାମ କରିବା ଆରମ୍ଭ କରିବ। ୨୦୧୭ ଅଗଷ୍ଟ ୧ ତାରିଖରେ ମୋବାଇଲ ଫୋନ୍‌ର ଯେତିକି ମୋବାଇଲ ଫୋନ୍‌ ବାହାରିଛି ସବୁଥିରେ ପାନିକ ବଟମ୍‌ ଉପଲବ୍ଧ ରହିଛି। ପାନିକ ବଟମ୍‌ର ଆପ୍‌କୁ ଡାଉନ୍‌ଲୋଡ କରିବା ପରେ ମୋବାଇଲର ୫କିମ୍ବା ୯ ନମ୍ବର କିକୁ ଦବାଇବା ଦ୍ୱାରା ପାନିକ ବଟମ୍‌ କାମ କରିବ ଓ ୧୧୨କୁ କଲ ଚାଲିଯିବ।

କେତେକ ରାଜ୍ୟରେ ଅସୁବିଧାରେ ପଡ଼ିଥିବା ଲୋକ ଜରୁରୀକାଳିନ ସାହାଯ୍ୟ ପାଇବା ପାଇଁ ୧୧୨ ନମ୍ବରକୁ କଲ କରି ସୁବିଧା ପାଇ ପାରିବାର ବ୍ୟବସ୍ଥା ରହିଛି। ସେହିପରି ଯଦି ୧୧୨ ନମ୍ବରକୁ କଲ ନଲାଗେ ତେବେ ୧୦୦ନମ୍ବର ଡାଏଲ କରି ସାହାଯ୍ୟ ନେଇ ପାରିବେ। ପାନିକ ବଟମ୍‌ ଦବାଇବା ଦ୍ୱାରା ୫ଟି ଆକସନ୍‌ରେ କାମ କରିବ।

publive-image publive-image publive-image

ପ୍ରଥମ- ଆଖପାଖରେ ଥିବା ପୁଲିସ ଅଥୋରିଟିଙ୍କ ପାଖକୁ ୫ଟି ଏସ୍‌ଏମ୍‌ଏସ୍‌ ପଠାଇ।
ଦ୍ୱିତୀୟ- ଫୋନ୍‌ରେ ସେଟିଂ ଥିବା ପ୍ରଥମରୁ ୫ଟି ନମ୍ବରକୁ ସାହାଯ୍ୟ ପାଇଁ ଏସ୍‌ଏମ୍‌ଏସ୍‌ ଆପଣାଛାଏଁ ଚାଲିଯିବ।
ତୃତୀୟ- ଜରୁରୀକାଳିନ ସାହଯ୍ୟ ପାଇଁ ଥିବା ନମ୍ବରକୁ ଭଏସ୍‌ କଲ ଯିବ।
ଚତୁର୍ଥ-ସମସ୍ତଙ୍କ ପାଖକୁ ବ୍ୟବହାରକାରୀଙ୍କ ଲୋକସେନ୍‌ ସୂଚିତ ଥିବା ମେସେଜ ଯିବ।
ପଞ୍ଚମ- ଆଖପାଖରେ ସକ୍ରିୟ ଥିବା ୨୫ଜଣ ଭଲିଣ୍ଟର୍ସଙ୍କ ପାଖକୁ ସାହାଯ୍ୟ ପାଇଁ ଏସ୍‌ଏମ୍‌ଏସ୍‌ ଚାଲିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe