ପଣ୍ୟ ପରିବହନରେ ପାରାଦୀପ ବନ୍ଦର ଦ୍ୱିତୀୟ

Advertisment

୧୦୦ ନିୟୁତ ଟନ୍‍ ମାଲ୍‌ ପରିବହନ

୧୦୦ ନିୟୁତ ଟନ୍‍ ମାଲ୍‌ ପରିବହନ

ପଣ୍ୟ ପରିବହନରେ ପାରାଦୀପ ବନ୍ଦର ଦ୍ୱିତୀୟ

ICT

ଜଗତସିଂହପୁର: ପାରାଦୀପ ବନ୍ଦରର ସଫଳତାର ଇତିହାସରେ ଆଉ ଏକ ଫର୍ଦ ଯୋଡ଼ିହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦରର ମାଲ ପରିବହନ ରେକର୍ଡ ୧୦୦ ନିୟୁତ ଟନ୍‌ ଛୁଇଁଛି। ମାଲ ପରିବହନ କ୍ଷେତ୍ରରେ କାଣ୍ଡ୍‌ଲା ବନ୍ଦର ପଛକୁ ପାରାଦୀପ ବନ୍ଦର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ପଣ୍ୟ ପରିବହନକୁ ନେଇ ପାରାଦୀପ ଓ କାଣ୍ଡ୍‌ଲା ମଧ୍ୟରେ ଅନ୍ତର ବହୁତ କମ୍‌ ରହିଛି। ତେଣୁ, କାଣ୍ଡ୍‌ଲାକୁ ଶୀଘ୍ର ଟପି ଏକ ନମ୍ବର ହେବାକୁ ପାରାଦୀପ ବନ୍ଦର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପାରାଦୀପ ବନ୍ଦରରେ ୧୫% ଅଧିକ ପଣ୍ୟ କାରବାର ହୋଇଛି। ପାରାଦୀପ ବନ୍ଦର ପରିଚାଳନା କରିଥିବା ମୋଟ ପଣ୍ୟ ମଧ୍ୟରୁ ୬୦% ଆମଦାନି ହୋଇ ଆସିଥିବା ବେଳେ ୪୦% ରପ୍ତାନି କରାଯାଇଛି। ଏହି ସଫଳତାକୁ ନେଇ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ଅଧିକାରୀମାନେ ଆଜି କେକ୍‍ କାଟି ଉତ୍ସବ ପାଳିଛନ୍ତି। ବନ୍ଦରରେ ସପ୍ତାହ ବ୍ୟାପୀ ଉତ୍ସବ ପାଳନ କରାଯିବ। ପାରାଦୀପ ବନ୍ଦରରେ ଚଳିତବର୍ଷ ୪,୩୪୭ଟି ଜାହାଜ ବନ୍ଦରରେ ନଙ୍ଗର ପକାଇଛନ୍ତି। ୨୪ଘଣ୍ଟାରେ ୨୪ଟି ଜାହାଜ ବନ୍ଦରରେ ପ୍ରବେଶ କରିବା ପାରାଦୀପ ବନ୍ଦରର ଆଉ ଏକ ସଫଳତା। ସେହିପରି ୧ଲକ୍ଷ ୨୦ହଜାର ଟନ୍‍ କ୍ଷମତା ବିଶିଷ୍ଟ ୨୯୨ ମିଟର ଲମ୍ବ ଏକ ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିଥିଲା। ଗୋଟିଏ ଦିନରେ ସର୍ବାଧିକ ୫ଲକ୍ଷ ଟନ୍‍ରୁ ଅଧିକ ପଣ୍ୟ କାରବାର କରିବାର ରେକର୍ଡ ମଧ୍ୟ ଚଳିତ ବର୍ଷ ହାସଲ କରାଯାଇଛି। ୨୦୧୪-୧୫ ଆର୍ଥିକ ବର୍ଷରେ ମୋଟ୍‍ ୭୧.୦୧ ନିୟୁତ ଟନ୍‍ ପଣ୍ୟ ପରିବହନ ହୋଇଥିବା ବେଳେ ୨୦୧୫-୧୬ରେ ୭୬.୩୯ ଓ ୨୦୧୬-୧୭ରେ ୮୯.୯୫ ନିୟୁତ ଟନ୍‍ ପଣ୍ୟ କାରବାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe