‘ପାର୍ଲେ-ଜି’ର ଏହି ନୂଆ ପ୍ୟାକେଟକୁ ଦେଖିଛନ୍ତି ?

Advertisment
‘ପାର୍ଲେ-ଜି’ର ଏହି ନୂଆ ପ୍ୟାକେଟକୁ ଦେଖିଛନ୍ତି ?

ମୁମ୍ବାଇ : ବଜାରରେ ଅନେକ କମ୍ପାନିର ବିଭିନ୍ନ ପ୍ରକାର ଓ ସ୍ବାଦର ବିସ୍କିଟ୍ ମିଳୁଥିଲେ ବି ପାର୍ଲେ କମ୍ପାନି ପ୍ରସ୍ତୁତ ବିସ୍କିଟ୍ ‘ପାର୍ଲେ-ଜି’ର ଏକ ସ୍ବତନ୍ତ୍ର ଲୋକପ୍ରିୟତା ରହିଛି । କାରଣ ଏହି ବିସ୍କିଟକୁ ନେଇ ପ୍ରାୟ ସବୁ ଲୋକଙ୍କ ଏକ ସ୍ମୃତି ରହିଛି । ଆମେ ସମସ୍ତେ ପିଲାବେଳ ସହିତ ଏହା ଜଡ଼ିତ ରହିଆସିଛି । ଆଜିକାଲି ନୂଆ ନୂଆ ପ୍ରକାରର ବିସ୍କିଟ୍ ମିଳିଥିଲେ ବି ପାର୍ଲେ-ଜି ନିଜର ସେହି ପୁରୁଣା ରୂପରେ ଉପଲବ୍ଧ ହେଉଛି । କିନ୍ତୁ ଗତ ବର୍ଷ ଜୁନ ମାସରେ ପାର୍ଲେ କମ୍ପାନି ପକ୍ଷରୁ ଏହି ବିସ୍କିଟର ଏକ ନୂଆ ପ୍ରକାର ବଜାରକୁ ଛଡ଼ାଯାଇଛି । ଏହାର ନାମ ରଖାଯାଇଛି ପାର୍ଲେ-ଜି ଓଟ୍ସ ଏଣ୍ଡ ବେରିଜ୍ । ଏକ ୧୦୦ ଗ୍ରାମ ପାର୍ଲେ-ଜି ଓଟ୍ସ ଏଣ୍ଡ ବେରିଜର ମୂଲ୍ୟ ରହିଛି ମାତ୍ର ୧୦ ଟଙ୍କା ।

Parle G Gluco Vs Parle G Royale Vs Parle G Oats & Berries Vs Parle G Gold Vs Parle G Kismi Biscuits😋 - YouTube

କେତେକ ବିଶେଷଜ୍ଞଙ୍କ ମତରେ ପୁରୁଣା ପାର୍ଲେ-ଜିର ଚାହିଦା ଏବେ କିଛିଟା ଶିଥିଳ ପଡ଼ିଥିବାରୁ କମ୍ପାନି ପକ୍ଷରୁ ଆଧୁନିକ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ପ୍ରକାର ଓ ସ୍ବାଦର ବିସ୍କିଟ୍ ବଜାରକୁ ଛଡ଼ାଯାଉଛି । ସେଗୁଡ଼ିକ ମଧ୍ୟରେ ରହିଛି  ପାର୍ଲେ-ଜି କିସମି, ପାର୍ଲେ-ଜି ଗୋଲ୍ଡ ଓ ପାର୍ଲେ-ଜି ଛୋଟା ଭୀମ, ପାର୍ଲେ-ଜି ରୟାଲ ଇତ୍ୟାଦି ।

ଏଠାରେ ଦେଖିବାର କଥା ଯେ କମ୍ପାନି ପକ୍ଷରୁ ପାର୍ଲେ-ଜିର ଭିନ୍ନ ଭିନ୍ନ ପ୍ରକାର ବଜାରକୁ ଛଡ଼ାଯାଇଥିଲେ ବି ଅଧିକାଂଶ ପ୍ୟାକେଟରେ ପୁରୁଣା ପାର୍ଲେ-ଜିର ଶିଶୁ ଫଟୋ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe