ଦେଶ ବିଭାଜନକୁ ରୋକିବାକୁ ହେବ: ଗୋ‌‌ଦ୍‌ରେଜ୍

Advertisment
ଦେଶ ବିଭାଜନକୁ ରୋକିବାକୁ ହେବ: ଗୋ‌‌ଦ୍‌ରେଜ୍

Outlook India

ନୂଆଦିଲ୍ଲୀ: ଅର୍ଥନୈତିକ ଦୃଷ୍ଟିକୋଣରୁ ବହୁ ଚମତ୍କାର କାମ ହେଉଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଶିକ୍ଷା ଆଦି କ୍ଷେତ୍ରରେ କଲ୍ୟାଣମୂଳକ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ ହେଉଛି। କିନ୍ତୁ ଆମକୁ ଦେଶର ବିଭାଜନ ରୋକିବାକୁ ହେବ। ଦେଶକୁ ଏକଜୁଟ କରିବାକୁ ହେବ। ତାହା ବର୍ତ୍ତମାନ ପରିସ୍ଥିତିରେ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଗୋ‌ଦରେଜ୍ ଇଣ୍ଡଷ୍ଟ୍ରିଜ୍‌ର ସିଏମ୍‌ଡି ନାଦିର ଗୋଦରେଜ୍ କହିଛନ୍ତି। ଏଦିଗରେ ସରକାର ଓ ଶିଳ୍ପ ଜଗତକୁ ବହୁତ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସାଧାରଣତଃ ରାଜନୈତିକ ଓ ସାମାଜିକ ପ୍ରସଙ୍ଗରେ ମତ ଦେବାକୁ ପସନ୍ଦ କରୁନଥିବା ଗୋଦରେଜ୍ ପ୍ରଥମ ଥର ଲାଗି ଏଭଳି କଥା କହିଛନ୍ତି।

୨୦୧୯ରେ ରାହୁଲ ବଜାଜ କହିଥିଲେ ଯେ ସରକାରଙ୍କୁ ନେଇ ଭୟ ଥିବାରୁ ଶିଳ୍ପପତିମାନେ ମୁହଁ ଖୋଲିବାକୁ ଚାହୁନାହାନ୍ତି। ସେହିବର୍ଷ ନାଦିରଙ୍କ ବଡ଼ ଭାଇ ଆଦି ଗୋଦରେଜ୍‌ ମଧ୍ୟ ଦେଶରେ ବୃଦ୍ଧି ପାଉଥିବା ଅସିହିଷ୍ଣୁତା ଓ ଘୃଣା ଜନିତ ଅପରାଧ ଦେଶର ଅଭିବୃଦ୍ଧିକୁ ଗୁରୁତର ଭାବେ ପ୍ରଭାବିତ କରୁଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଗୋଦରେଜ ଏକ କବିତା ପାଠ କରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସ୍ପର୍ଶ କରିଥିଲେ। ବିତର୍କ ପାଇଁ ସୁସ୍ଥ ବାତାବରଣ ରହିବା, ବାକ୍ ସ୍ବାଧୀନତା ଓ ମାନବିକତା ଆଦି ରହିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe