ଗାଡ଼ି ବଜାରରେ ପାର୍ବଣ ଆଣିଲା ଉତ୍ସାହ: ୪୨ ଦିନରେ ୪୩ ଲକ୍ଷ ଗାଡ଼ି ବିକ୍ରି

Advertisment

ଚଳିତବର୍ଷ ପାର୍ବଣ ଋତୁରେ ଗାଡ଼ି ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଦେଶରେ ନବରାତ୍ରି ଆରମ୍ଭରୁ ଧ‌ନତେରସ୍‌ ଶେଷ ହେବାର ୧୫ ଦିନ ପର୍ଯ୍ୟନ୍ତ (୪୨ଦିନ) ଦେଶରେ ଗାଡ଼ି ବିକ୍ରିରେ ବୃଦ୍ଧି ଦେଖାଦେଇଛି।

ଚଳିତବର୍ଷ ପାର୍ବଣ ଋତୁରେ ଗାଡ଼ି ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଦେଶରେ ନବରାତ୍ରି ଆରମ୍ଭରୁ ଧ‌ନତେରସ୍‌ ଶେଷ ହେବାର ୧୫ ଦିନ ପର୍ଯ୍ୟନ୍ତ (୪୨ଦିନ) ଦେଶରେ ଗାଡ଼ି ବିକ୍ରିରେ ବୃଦ୍ଧି ଦେଖାଦେଇଛି।

fggdjgdjdgj

ନୂଆଦିଲ୍ଲୀ: ଚଳିତବର୍ଷ ପାର୍ବଣ ଋତୁରେ ଗାଡ଼ି ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଦେଶରେ ନବରାତ୍ରି ଆରମ୍ଭରୁ ଧ‌ନତେରସ୍‌ ଶେଷ ହେବାର ୧୫ ଦିନ ପର୍ଯ୍ୟନ୍ତ (୪୨ଦିନ) ଦେଶରେ ଗାଡ଼ି ବିକ୍ରିରେ ବୃଦ୍ଧି ଦେଖାଦେଇଛି। ୪୨ ଦିନର ଏହି ଅବଧି‌ରେ ପାଖାପାଖି ୪୩ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ଗତବର୍ଷର ଏହି ପାର୍ବଣ ଅବଧିରେ ଗାଡ଼ି ବିକ୍ରି ସଂଖ୍ୟା ୩୮.୮୭ ଲକ୍ଷ ରହିଥିଲା। ଗତବର୍ଷ ପାର୍ବଣ ତୁଳନାରେ ଚଳିତବର୍ଷ ପାର୍ବଣରେ ଗାଡ଼ି ବିକ୍ରିରେ ୧୧.୭୬ ପ୍ରତିଶତ ବୃଦ୍ଧି ଘଟିଛି। 

ବିଶେଷକରି ଦୁଇ ଚକିଆ ଯାନ ବିକ୍ରି ଭଲ ରହିଛି। ଏହି ସମୟ ମଧ୍ୟରେ ଦେଶରେ ୩୩.୧୧ ଲକ୍ଷ ୟୁନିଟ୍‌ ଦୁଇ ଚକିଆ ଯାନ ବିକ୍ରି ହୋଇଛି। ଗ୍ରାମାଞ୍ଚଳରେ ଦେଖାଦେଇଥିବା ଚାହିଦା ଦ୍ବାରା ଏହା ସମ୍ଭବ ହୋଇଛି। ପାସେଞ୍ଜର ଯାନ ବିକ୍ରିରେ ୭.୧୦ ପ୍ରତିଶତ ବୃଦ୍ଧି ଘଟି ୬.୦୩ ଲକ୍ଷ ୟୁନିଟ୍‌ରେ ପହଞ୍ଚିଛି। ଉକ୍ତ ୪୨ ଦିନର ଅବଧିରେ ଦେଶରେ ୪୫ ଲକ୍ଷ ଗାଡ଼ି ବିକ୍ରି କରିବାକୁ ଫାଡା( ଅଟୋମୋବାଇଲ ଡିଲର ମହାସଂଘ) ଲକ୍ଷ୍ୟ ରଖିଥିଲା। ତେବେ ଏହି ସମୟରେ ମୋଟ ୪୨ ଲକ୍ଷ ୮୮ ହଜାର ୨୪୮ଟି ଗାଡ଼ି ବିକ୍ରି ହୋଇଛି। ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡ଼ୁ ଓ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେବା ଏବଂ ଓଡ଼ିଶା ବାତ୍ୟା ଦାନା ଆଦି ନହୋଇଥିଲେ ଦେଶରେ ଗାଡ଼ି ବିକ୍ରି ୪୫ ଲକ୍ଷରୁ ଅଧିକ ହୋଇଥାନ୍ତା ବୋଲି ଫାଡା ପକ୍ଷରୁ କୁହାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷର ପାର୍ବଣ ଅବଧିରେ ଦେଶରେ ଅଧିକ ଗାଡ଼ି ବିକ୍ରି ହୋଇଥିବାରୁ ଫାଡା ସଭାପତି ସିଏସ୍‌ ବିଘ୍ନେଶ୍ବର ଖୁସିବ୍ୟକ୍ତ କରିଛନ୍ତି।

ଦୁଇ ଚକିଆ ଯାନ ବିକ୍ରି ଭଲ ରହିଛି ବୋଲି ସେ କହିଛନ୍ତି। ଭଲ ବିକ୍ରି କାରଣରୁ ଅକ୍ଟୋବର ତୁଳନାରେ ନଭେମ୍ବରରେ ଡିଲରଙ୍କ ପାଖରେ ରଖାଯାଇଥିବା ଗାଡ଼ି ସଂଖ୍ୟା ହ୍ରାସ ପାଇବ। ନଭେମ୍ବର ମାସ ଶେଷବେଳକୁ ଏହି ଚିତ୍ରରେ ସ୍ପଷ୍ଟତା ଆସିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। କ୍ୟାଲେଣ୍ଡର ବର୍ଷ ଶେଷ ହେବାକୁ ଦେଢ଼ମାସ ରହିଛି। ଏଭଳି ସ୍ଥିତିରେ ଓଇଏମ୍‌(ଅରିଜିନାଲ ଇକ୍ବିପମେଣ୍ଟ୍‌ ମ୍ୟାନୁଫାକ୍‌ଚର୍ସ)ମାନେ ୨୦୨୪ର ଗାଡ଼ି ବିକ୍ରି କରି ୨୦୨୫ରେ ପ୍ରବେଶ କରିପାରିବେ। ସରକାର ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବ୍ୟୟ କରୁଛନ୍ତି। ଏଥିସହିତ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ତେଣୁ ଆଗାମୀ ଦିନରେ ବାଣିଜ୍ୟିକ ଯାନ ଏବଂ ଟ୍ରାକ୍ଟର ବିକ୍ରି ବୃଦ୍ଧି ପାଇବ ବୋଲି ଫାଡା ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe