ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର: ଟ୍ୟାକ୍ସ ଫ୍ରି ଗ୍ରାଚୁଇଟି ସୀମା ବଢ଼ିବ

Advertisment
କେନ୍ଦ୍ର ମହଙ୍ଗା ଭତ୍ତା ୪% ବୃଦ୍ଧି

ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର ଗ୍ରାଚୁଇଟି ସଂଶୋଧନ ବିଲ ୨୦୧୭ରେ ପାସ୍‌ ହୋଇଯାଇଛି। ଏହି ବିଲ୍‌ ପାସ୍‌ ହେବା ଦ୍ୱାରା ଘରୋଇ କ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ବଡ଼ ଫାଇଦା ମିଳିବ। ବର୍ତ୍ତମାନ ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି ଗ୍ରାଚୁଇଟି ମିଳିବ।

publive-image

କେନ୍ଦ୍ରସରକାରଙ୍କ କର୍ମଚାରୀଙ୍କୁ ପୂର୍ବରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି ଗ୍ରାଚୁଇଟି ମିଳୁ ଥିଲା। ଲୋକସଭାର ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଓ ଉପଦାନ ସଂଶୋଧନ ବିଲ ୨୦୧୭କୁ ପାସ୍‌ କରିବା ପାଇଁ ପ୍ରସ୍ତାବ କରିଥିଲେ।

ବର୍ତ୍ତମାନ ପରିସ୍ଥିତିରେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ପର୍ଯ୍ୟନ୍ତ କାମ କରିଥିବା କର୍ମଚାରୀ ଯଦି ଚାକିରି ଛାଡନ୍ତି କିମ୍ବା ଅବସର ନିଅନ୍ତି ତେବେ ସେମାନଙ୍କର ୧୦ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି ଗ୍ରାଚୁଇଟି ଥିଲା। କିନ୍ତୁ ଏହି ବିଲ୍‌ ପାସ୍‌ .ହୋଇ ଆଇନ ବନିଯିବା ପରେ ଏହି ଗ୍ରାଚୁଇଟି ସୀମା ଦ୍ୱିଗୁଣିତ ହୋଇଯିବ । ଏହାପୂର୍ବରୁ ଗ୍ରାଚୁଇଟିର ଟ୍ୟାକ୍ସ ଫ୍ରି ସୀମା ୨୦୧୦ରେ ସ୍ଥିର କରାଯାଇଥିଲା। ସେବେଠାରୁ ଏଯାବତ୍‌ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା। କିନ୍ତୁ ଲୋକସଭାରେ ଏହି ବିଲ୍‌ ପାସ୍‌ ହେବା ପରେ ଟ୍ୟାକ୍ସ ଫ୍ରି ଗ୍ରାଚୁଇଟି ୨୦ଲକ୍ଷ ଟଙ୍କା ହେବାର ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe