ସ୍ବଳ୍ପ ଦୂରଗାମୀ ବିମାନରେ ଯାତ୍ରୀଙ୍କୁ ମିଳିବ ‌ଭୋଜନ

Advertisment
୭୧% ଭାରତୀୟ ସ୍ବାସ୍ଥ୍ୟକର ଖାଦ୍ୟରୁ ବଞ୍ଚିତ: ପୁଷ୍ଟିହୀନ ଖାଦ୍ୟ ଖାଇ ବର୍ଷକୁ ମରୁଛନ୍ତି ୧୭ ଲକ୍ଷ

openPR.com

ନୂଆଦିଲ୍ଲୀ: ସ୍ବଳ୍ପ ଦୂରତା ବିଶେଷ କରି ଦୁଇ ଘଣ୍ଟାରୁ କମ୍ ସମୟ ଯାତ୍ରା କରୁଥିବା ବିମାନଗୁଡ଼ିକରେ ଖୁବ୍‌ଶୀଘ୍ର ଯାତ୍ରୀଙ୍କ ପାଇଁ ଭୋଜନ ସେବା ପୁଣି ଥରେ ଆରମ୍ଭ କରାଯିବ। କରୋନା ମହାମାରୀ ବ୍ୟାପିବା ପରେ ଏହି ସେବା ଉପରେ କଟକଣା ଜାରି କରାଯାଇଥିଲା। ଏବେ କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସ୍ବଳ୍ପ ଦୂରଗାମୀ ବିମାନଗୁଡ଼ିକରେ ଯାତ୍ରୀଙ୍କ ପାଇଁ ଭୋଜନ ବ୍ୟବସ୍ଥାକୁ କଂପାନିଗୁଡ଼ିକ ପୁଣି ଥରେ ଆରମ୍ଭ କରିପାରିବେ। ଚଳିତ ବର୍ଷ ଏପ୍ରିଲ୍ ମାସରେ ସ୍ବଳ୍ପ ଦୂରଗାମୀ ବିମାନର ଭୋଜନ ସେବା ଉପରେ କଟକଣା ଲଗାଯାଇଥିଲା। କେବଳ ଦେଶ ଭିତରେ ଉଡ଼ୁଥିବା ବିମାନ ଲାଗି ଏହି କଟକଣା ରହିଥିଲା। ଭୋଜନ ଜରିଆରେ କରୋନା ଭୂତାଣୁ ବ୍ୟାପିବାର ଭୟ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା।

ଦୁଇ ଘଣ୍ଟାରୁ କମ୍ ସମୟ ଯାତ୍ରା କରୁଥିବା ବିମାନର ଯାତ୍ରୀମାନଙ୍କୁ ଭୋଜନ ଦିଆଯିବା ସମ୍ପର୍କିତ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମତ ଲୋଡ଼ାଯାଇଥିଲା। ଭୋଜନ ସେବା ଆରମ୍ଭ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ଦେଇଥିବା ବେଳେ ବିମାନର କ୍ରୁ ସଦସ୍ୟମାନେ ଗ୍ଲୋଭସ୍‌, ମାସ୍କ ଓ ଫେସ୍‌ ସିଲ୍‌ଡ ପିନ୍ଧିବା ଜରୁରୀ ବୋଲି ମଧ୍ୟ ମନେ ପକାଇ ଦେଇଛି। ପୂର୍ବଭଳି କ୍ରୁ ସଦସ୍ୟମାନଙ୍କୁ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବା ଦରକାର ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe