ଶୀତଦିନେ ରେଳରେ ଯାତ୍ରା କରିବାକୁ ଯୋଜନା ରଖିଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର

ଶୀତଦିନେ ରେଳରେ ଯାତ୍ରା କରିବାକୁ ଯୋଜନା ରଖିଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଶୀତଦିନେ ଯାତ୍ରୀମାନେ କିପରି ସୁବିଧାରେ ରେଳରେ ଯାତ୍ରା କରିପାରିବେ ସେଥିପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ଶୀତଦିନେ ସାଧାରଣ ଟିକେଟରେ ଯାତ୍ରୀମାନେ  ଏଣିକି ସ୍ଲିପର ଶ୍ରେଣୀରେ ଯାତ୍ରା କରିପାରିବେ । ଏଥିପାଇଁ ଯାତ୍ରୀଙ୍କୁ କୌଣସି ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ ନାହିଁ। ରେଳବାଇର ଏହି ନୂତନ ନିଷ୍ପତ୍ତି ଥଣ୍ଡା ସମୟରେ ରେଳରେ ଯାତ୍ରା କରୁଥିବା ଗରିବ ଏବଂ ବିଶେଷକରି ବୃଦ୍ଧ ଯାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ ବୋଲି କୁହାଯାଉଛି।

ରେଳ ପ୍ରଶାସନ ନିଷ୍ପତ୍ତି ନେଇଛି କି ଶୀତ ଋତୁରେ ଖାଲି ପଡ଼ୁଥିବା ସ୍ଲିପର କୋଚରେ ଯାତ୍ରୀ ସାଧାରଣ ଟିକେଟରେ ଯାତ୍ରା କରି ପାରିବେ। ଏହାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ସମସ୍ତ ବିଭାଗୀୟ ରେଳ ପ୍ରଶାସନ ଠାରୁ ୮୦ପ୍ରତିଶତରୁ କମ୍ ଯାତ୍ରୀଙ୍କୁ ନେଇ ଚାଲୁଥିବା ସ୍ଲିପର କୋଚର ସୂଚନା ମାଗିଛନ୍ତି। କାରଣ ସେହି ସ୍ଲିପର କୋଚଗୁଡ଼ିକୁ ଜେନେରାଲ କରାଯାଇପାରିବ।

Indian Railways ticket reservation: Know these rules to book your berth | Mint mint

ପ୍ରକାଶିତ ରିପୋର୍ଟ ମୁତାବକ, ଥଣ୍ଡା ହେତୁ ଅଧିକାଂଶ ଯାତ୍ରୀ ସ୍ଲିପର କୋଚ ପରିବର୍ତ୍ତେ ଏସି କୋଚରେ ଯାତ୍ରା କରୁଛନ୍ତି। ଏହି କାରଣରୁ ଟ୍ରେନରେ ଏସି କୋଚକୁ ମଧ୍ୟ ବୃଦ୍ଧି କରାଯାଇଛି। ଥଣ୍ଡା ହେତୁ ସ୍ଲିପର କୋଚରେ ୮୦ ପ୍ରତିଶତ ସିଟ୍ ଖାଲି ପଡ଼ୁଛି। ଅପରପକ୍ଷେ ଦେଖିବାକୁ ଗଲେ ସାଧାରଣ ଟିକେଟ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଧ୍ୟାନରେ ରଖି ସାଧାରଣ ଟିକେଟରେ ଯାତ୍ରୀ ଥଣ୍ଡା ଦିନେ ସ୍ଲିପର କୋଚରେ ଯାତ୍ରା କରି ପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe