ରେଳ ଯାତ୍ରା ସମୟରେ ଏଣିକି ଯାତ୍ରୀଙ୍କୁ ମାଗଣାରେ ମିଳିବ ଏହି ସୁବିଧା

Advertisment
ରେଳ ଯାତ୍ରା ସମୟରେ ଏଣିକି ଯାତ୍ରୀଙ୍କୁ ମାଗଣାରେ ମିଳିବ ଏହି ସୁବିଧା

zeenews.india.com

ନୂଆଦିଲ୍ଲୀ: ଏଣିକି ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ମାଗଣାରେ ମନୋରଞ୍ଜନର ଭରପୂର ସୁବିଧା ମିଳିବ। ଭାରତୀୟ ରେଳବାଇ ପିଏମୟୁ ରେଲଟେଲ ଏହାକୁ ନେଇ କଣ୍ଟେଣ୍ଟ ଅନ୍‌ ଡିମାଣ୍ଡର ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହା ଜରିଆରେ ଖୁବ୍‌ଶୀଘ୍ର ଯାତ୍ରୀ ରେଳରେ ଯାତ୍ରା କରିବା ସମୟରେ ନିଜର ପସନ୍ଦର ସିନେମା, ସିରିଏଲ, ଗୀତ ଓ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଦେଖି ପାରିବେ।

Image result for passengers-will-provide-free-movie-and-serials Indiatimes.com

ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଏହି କାର୍ଯ୍ୟକ୍ରମ ଦେଖିବା ଲାଗି ଯାତ୍ରୀଙ୍କୁ କୌଣସି  ଅର୍ଥ ପୈଠ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଆପଣଙ୍କୁ ମୋବାଇଲ, ଆଇପ୍ୟାଡ୍ ଓ ଲାପଟପ୍‌ ଆଦିରୁ ଡାଟା ବ୍ୟବହାର କରିବା ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ। ଏହି ସବୁ ସୁବିଧା ପୂରାପୂରି ମାଗଣାରେ ଯାତ୍ରୀଙ୍କୁ ମିଳିବ। ଆଗାମୀ ଦୁଇବର୍ଷ ଭିତରେ ସମସ୍ତ ଟ୍ରେନ୍‌ରେ ଏହି ସୁବିଧାକୁ ଲାଗୁ କରାଯିବାର ଯୋଜନା ରହିଛି।

ପ୍ରାରମ୍ଭିକ ସମୟରେ ଏହି ଯୋଜନା ଚାରିଘଣ୍ଟାରୁ ଅଧିକ ସମୟ ଯାଉଥିବା ଟ୍ରେନ୍‌ରେ ରହିବ। ପରେ ସମସ୍ତ ଟ୍ରେନ୍‌ରେ ଏହି ସୁବିଧାକୁ ଲାଗୁ କରାଯିବ। ଏବେ ଯାତ୍ରା ସମୟରେ ଯାତ୍ରୀଙ୍କୁ ହାଇସ୍ପିଡ ଇଣ୍ଟରନେଟ ଉପଲବ୍ଧ ହୋଇ ପାରୁନାହିଁ। ତେଣୁ ଯାତ୍ରୀଙ୍କୁ ଯାତ୍ରା ସମୟରେ ଇଣ୍ଟରନେଟରେ କାମ ଥିଲେ ଅସୁବିଧା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି
ରେଲେଓ୍ଵ କଣ୍ଟେଣ୍ଟ ଅନ୍‌ ଡିମାଣ୍ଡ ନାମକ ଏହି ଯୋଜନା ଜରିଆରେ ଟ୍ରେନ୍‌ ଭିତରେ ହଟସ୍ପଟ ସୁବିଧା ଉପଲବ୍ଧ କରାଯିବ।

Related image swarajyamag.com

ଯାହାଫଳରେ ଯାତ୍ରୀଙ୍କୁ ମାଗଣାରେ ଇଣ୍ଟରନେଟ ସୁବିଧା ମିଳିବା । ଫଳରେ ସେମାନେ ମୋବାଇଲ, ଲାପ୍‌ଟପ୍‌ ତଥା ଆଇପ୍ୟାଡରୁ ନିଜ ପସନ୍ଦର କାର୍ଯ୍ୟକ୍ରମ ଦେଖି ପାରିବେ। ପ୍ରାରମ୍ଭିକ ସମୟରେ ୧୫୧୬ଟି ଯୋଡି ମେଲ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହି ଯୋଜନାକୁ ଆରମ୍ଭ କରାଯିବ। ସେହିପରି ସହରାଞ୍ଚଳରେ ଚାଲୁଥିବା  ୨୮୬୪ ଯୋଡି ଟ୍ରେନ୍‌ରେ ଏହି ଯାଜନା ଉପଲବ୍ଧ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe