ପତଞ୍ଜଳି ଫୁଡ୍‌ସର ଆୟ ୩୧,୮୨୧ କୋଟି

Advertisment
ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରେସ୍ ଜର୍ଣ୍ଣାଲ୍‌ରେ ପତଞ୍ଜଳିର ଗବେଷଣା

image source-aajtak

ଭୁବନେଶ୍ବର: ପତଞ୍ଜଳି ଫୁଡ୍‌ସ ୨୦୨୨-୨୩ ଆର୍ଥିକ ବର୍ଷରେ ୩୧,୮୨୧.୪୫ କୋଟି ଟଙ୍କାର ଆୟ କରିଛି ଯାହା ୨୦୨୧-୨୨ରେ ୨୪,୨୮୪.୩୮ କୋଟି ଟଙ୍କା ଥିଲା। କଂପାନିର ଟିକସ ପୂର୍ବବର୍ତୀ ଲାଭ (ପିବିଟି) ୯.୭% ବୃଦ୍ଧି ପାଇ ୧,୧୭୮.୯୬ କୋଟି ଟଙ୍କା ହୋଇଛି। ଏଫ୍ଏମ୍‌ସିଜିରୁ ରାଜସ୍ବ ୬,୨୧୮.୦୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଖାଦ୍ୟ ବ୍ୟବସାୟର ଇବିଆଇଟିଡିଏ ୧,୧୩୬.୬୦ କୋଟି ଟଙ୍କା ହୋଇଛି। କଂପାନିର ମୋଟ ଇବିଆଇଟିଡିଏ ପ୍ରତି ଏଫ୍ଏମ୍‌ସିଜି ବ୍ୟବସାୟର ଅବଦାନ ୭୨ ପ୍ରତିଶତ ରହିଛି। କଂପାନିର ଖାଇବା ତେଲ ବ୍ୟବସାୟ ୨୧ ପ୍ରତିଶତ ବୃଦ୍ଧି ପାଇ ୧.୯୧ ନିୟୁତ ଟନ୍ ହୋଇଥିବା ବେଳେ ଏଥିରୁ କଂପାନିର ରାଜସ୍ବ ୨୫,୬୩୪.୪୫ କୋଟି ଟଙ୍କା ହୋଇଛି। କଂପାନି ଏହାର ଉତ୍ପାଦକୁ ୩୩ଟି ରାଷ୍ଟ୍ରକୁ ପଠାଇ ୫୩୦.୮୦ କୋଟି ଟଙ୍କା ଆୟ କରିଛି। ନ୍ୟୁଟ୍ରାସ୍ୟୁଟିକାଲ୍ ବ୍ୟବସାୟରୁ କଂପାନିର ୫୦୯ କୋଟି ଟଙ୍କା ଆୟ ହୋଇଥିବା ବେଳେ ବିସ୍କୁଟ ଓ ଚକୋଲେଟ୍‌ରୁ ୧୩୦୦ କୋଟି ଟଙ୍କା ଆୟ ହୋଇଛି। ପ୍ରିମିୟମ୍ ତେଲ ବିକ୍ରି ୩୯ ପ୍ରତିଶତ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe