କାର ଉତ୍ପାଦନ କରିପାରେ ପତଞ୍ଜଳି, ବାବା ରାମଦେବଙ୍କୁ ଭେଟୁଛନ୍ତି ବଡ଼ ବଡ଼ କମ୍ପାନି

Advertisment
କାର ଉତ୍ପାଦନ କରିପାରେ ପତଞ୍ଜଳି, ବାବା ରାମଦେବଙ୍କୁ ଭେଟୁଛନ୍ତି ବଡ଼ ବଡ଼ କମ୍ପାନି

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କ ମୁଖପାତ୍ର ଏସ୍‌.କେ. ତିଜାରାଓ୍ଵାଲା ଏକ ଟୁଇଟର ଜରିଆରେ ସଙ୍କେତ ଦେଇଛନ୍ତି, ଆଗାମୀ ଦିନରେ ପତଞ୍ଜଳି କାର ବଜାରକୁ ଆସିପାରେ। ତିଜାରାଓ୍ଵାଲା ଟୁଇଟରରେ ଲେଖିଛନ୍ତି, ପତଞ୍ଜଳି ପ୍ରତି ଲୋକଙ୍କ ଅତୁଟ ଭରସା ଓ ପୂଜ୍ୟ ସ୍ୱାମୀ ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ମାର୍ଗଦର୍ଶନ ଓ ନେତୃତ୍ୱକୁ ଭରସା ରଖି କର୍ପୋରେଟ ଦୁନିଆର ପ୍ରତ୍ୟେକ ବିଭାଗ ଯେଭଳି ଇଲେକ୍ଟ୍ରିକ କାର, ଷ୍ଟିଲ, ମୋବାଇଲ ଚିଫ ଆଦି ଉତ୍ପାଦନକାରୀ କମ୍ପାନି ଆମ ସହିତ ବୁଝାମଣା କରିବାକୁ ଆଲୋଚନା କରୁଛନ୍ତି। ଆମେ ସ୍ୱଦେଶୀ ପାଇଁ ପ୍ରତିବଦ୍ଧ। ତିଜାରାଓ୍ଵାଲା ଟୁଇଟରରେ ଏକ ଖବରକାଜର ପୃଷ୍ଠାକୁ ସ୍ନାପସର୍ଟକୁ ପୋଷ୍ଟ କରିଛନ୍ତି। ଏଥିରେ କୁହାଯାଇଛି ଯେ, ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ଏ ବାବାଦରେ ବର୍ତ୍ତମାନ ନିଷ୍ପତ୍ତି ହୋଇ ନାହିଁ। ବାଳକୃଷ୍ଣ କମ୍ପାନିଗୁଡ଼ିକର ନାମ କହିବାକୁ ଚାହିଁ ନାହାନ୍ତି।

ସୂଚନାଯୋଗ୍ୟ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସଏନଏଲ) ସହିତ ସ୍ୱଦେଶୀ ସିମ କାର୍ଡ ଆଣିଛି। ଏକ କାର୍ଯ୍ୟକ୍ରମରେ ଯୋଗଗୁରୁ ରାମଦେବ ସ୍ୱଦେଶୀ ସିମ କାର୍ଡ ଲଞ୍ଚ କରିଛି, ଯାହାର ନାମ ସ୍ୱଦେଶୀ ସମୃଦ୍ଧି ସିମ କାର୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe