ଭୁବନେଶ୍ବର : ଭାରତ ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ଚାଲିଛି। ଏଥିପାଇଁ ୭୫ କୋଟିର ସୂର୍ଯ୍ୟ ନମସ୍କାର ଅଭିଯାନ ପତଞ୍ଜଳି ପକ୍ଷରୁ ଆରମ୍ଭ ହୋଇଛି। ବିଶ୍ବ ରେକର୍ଡ ସୃଷ୍ଟି ଲକ୍ଷ୍ୟ ଏଥିରେ ରଖାଯାଇଛି। ଯୋଗଗୁରୁ ସ୍ବାମୀ ରାମଦେବ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆଚାର୍ଯ୍ୟ ବାଳକୃଷ୍ଣ ପ୍ରମୁଖ ହରିଦ୍ବାରସ୍ଥିତ ପତଞ୍ଜଳି ଯୋଗପୀଠରେ ଛାତ୍ରଛାତ୍ରୀଙ୍କ ଗହଣରେ ଏହାର ଶୁଭାରମ୍ଭ କରିଛନ୍ତି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯୋଗବିଦ୍ୟା ବିଶ୍ବକଲ୍ୟାଣ ପାଇଁ ପ୍ରସାରିତ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ସେ ମଧ୍ୟ ପ୍ରଦେଶ ସରକାରଙ୍କ ସହଭାଗିତା ବିଷୟ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ୫ଟି ସଂସ୍ଥା ଯଥା ଗୀତା ପରିବାର, କ୍ରୀଡ଼ା ଭାରତୀ, ପତଞ୍ଜଳି ଯୋଗପୀଠ ପରିବାର, ହାର୍ଟଫୁଲନେସ୍ ସଂସ୍ଥାନ ଏବଂ ନ୍ୟାସନାଲ ଯୋଗାସନ ସ୍ପୋର୍ଟସ ଫାଉଣ୍ଡେସନ ମିଳିତଭାବେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରାଳୟ, ଖେଳ ମନ୍ତ୍ରାଳୟ ମଧ୍ୟ ସହଯୋଗ ଦେବାକୁ ଆଗକୁ ଆସିଛି। ରକ୍ଷା ମନ୍ତ୍ରାଳୟ, ସଂସ୍କୃତି ମନ୍ତ୍ରାଳୟ ଏବଂ ଶିକ୍ଷା ମନ୍ତ୍ରାଳୟକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଡ଼ିବା ଉଦ୍ୟମ ଚାଲିଛି।
Follow Us