କୃଷି ବିପ୍ଳବ ପାଇଁ ପତଞ୍ଜଳିର ଅଭିଯାନ

Advertisment
କୃଷି ବିପ୍ଳବ ପାଇଁ ପତଞ୍ଜଳିର ଅଭିଯାନ

ହରିଦ୍ବାର: ଦେଶରେ କୃ‌ଷି ବିପ୍ଳବ ଆଗକୁ ବଢ଼ାଇବା ଲାଗି ପତଞ୍ଜଳି ଯୋଗପୀଠ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି। ସଂସ୍ଥା ପକ୍ଷରୁ ‘ନବ ହରିତ କ୍ରାନ୍ତି-ଆନ୍ ଆଗ୍ରୋ ଭିଜନ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଛି। ପତଞ୍ଜଳିର ମୁଖ୍ୟ ବାବା ରା‌ମଦେବ ଓ ସଂସ୍ଥାର ମୁଖ୍ୟ ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କ ମାର୍ଗଦର୍ଶନରେ ପତଞ୍ଜଳି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ୧୫୦ ବୈଜ୍ଞାନିକଙ୍କ ନିରନ୍ତର ଉଦ୍ୟମରୁ ଏହି ପୁସ୍ତକ ସୃଷ୍ଟି ହୋଇଛି। ଭାରତୀୟ ଚାଷୀ ଓ କୃଷି କ୍ଷେତ୍ରରେ ରହିଥିବା ବହୁ ସମସ୍ୟାର ସମାଧାନ ବିଷୟରେ ଏହି ପୁସ୍ତକରେ ଆଲୋଚନା କରାଯାଇଛି। ଏହି ପୁସ୍ତକର ଉନ୍ମୋଚନ ଅବସରରେ ଭାରତୀୟ କୃଷି ଗବେଷଣା ପରିଷଦର ଡିଜି ଡକ୍ଟର ତ୍ରିଲୋଚନ ମହାପାତ୍ର, ନିତି ଆୟୋଗ ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, ଜିବି ପନ୍ତ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ତେଜ ପ୍ରତାପ ଓ କୃଷି ନୀତି ବିଶେଷଜ୍ଞ ଦେବୀନ୍ଦର ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe